ବେଳା ଭଲ ବଗିରେ କେହି ଯାତ୍ରୀ ନଥିଲେ, ଲାଇନ୍‌ଚ୍ୟୁତ୍ ହେଲା ପୁରୀ-ଗୁଣୁପୁର ଟ୍ରେନ୍

ଅପରାହ୍ନ ୩.୨୭ ସମୟରେ ୧ ନମ୍ବର ପ୍ଲାଟଫର୍ମର ବାହାର ୟାଡରେ ମାଳତୀପାଟପୁର ଷ୍ଟେଶନରୁ ପୁରୀ ଆସିବା ବେଳେ ଏହି ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା।

ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ।

  • Published: Tuesday, 28 March 2023
  • , Updated: 28 March 2023, 09:18 PM IST

ପୁରୀ ରେଳଷ୍ଟେସନରେ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ। ଅପରାହ୍ନ ୩.୨୭ ସମୟରେ ୧ ନମ୍ବର ପ୍ଲାଟଫର୍ମର ବାହାର ୟାଡରେ ମାଳତୀପାଟପୁର ଷ୍ଟେଶନରୁ ପୁରୀ ଆସିବା ବେଳେ ଏହି ଟ୍ରେନ୍‌ର ପଛ ବଗି ଲାଇନଚ୍ୟୁତ ହୋଇଥିଲା। ତେବେ ବେଳା ଭଲ ଏଥିରେ କେହି ଯାତ୍ରୀ କିମ୍ବା କର୍ମଚାରୀ ନ ଥିଲେ।

ରେଳ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଟ୍ରେନ୍ ସଟିଂ କରୁଥିବାବେଳେ ଦୁଇଟି କୋଚ ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ତୁରନ୍ତ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ମେକାନିକାଲ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ ସଟିଂ କରୁଥିବା ଯୋଗୁଁ କୌଣସି ଯାତ୍ରୀ ନଥିଲେ।

 ସେପଟେ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିଲା। ଖୋର୍ଦ୍ଧା ରୋଡ ଡିଭିଜନରୁ ଆକ୍ସିଡେଣ୍ଟ ରିଲିଫ ଟିମ୍  ମେକାନିକାଲ୍ ଟିମ୍ ଓ ଟେକ୍ନିକାଲ୍ ଟିମ୍ ପହଞ୍ଚି କ୍ରେନ୍ ଦ୍ୱାରା ବଗିକୁ ଟ୍ରାକକୁ ଅଣାଯିବାକୁ ଉଦ୍ୟମ କରିଥିଲା। ସୂଚନା ଥାଉକି, ଗତବର୍ଷ ଅକ୍ଟୋବର ୨୨ରେ ମାଳତୀପାଟପୁର ଷ୍ଟେସନ ନିକଟର ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ବଗି ଲାଇନଚ୍ୟୁତ ହୋଇଥିଲା।

Related story