Advertisment

ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁ, ମାଲିସି ପାଇଁ ଆସିଲା ଫୁଲୁରି ତେଲ

ଘଣାପେଡ଼ା ରାଶି ତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପଡ଼ି ତିଆରି ହୋଇଛି ଫୁଲୁରି ତେଲ। ଯାହାକି ବର୍ଷକ ତଳୁ, ଅର୍ଥାତ୍ ଗତ ହେରାପଞ୍ଚମୀ ତିଥିରୁ ମାଟିତଳେ ପୋତା ହୋଇ ରହିଥାଏ।

author-image
Manoranjan Sial
undefined

Puri

ଅଣସର ପିଣ୍ଡିରେ ଅଛନ୍ତି ମହାପ୍ରଭୁ। ଜ୍ୱରରେ ଆକ୍ରାନ୍ତ ହୋଇଥିବା ଶ୍ରୀଜୀଉମାନଙ୍କୁ ଆଜି ଲାଗି ହେବ ଫୁଲୁରି ତେଲ। ଯାହା ଶ୍ରୀଅଙ୍ଗରେ ମାଲିସ ହେବା ପରେ ଚତୁର୍ଦ୍ଧାମୂରତି ଉପଶମ ଅନୁଭବ କରିବେ। ବିଭିନ୍ନ ଔଷଧିୟ ସାମଗ୍ରୀରେ ପ୍ରସ୍ତୁତ ଫୁଲୁରି ତେଲକୁ ବଡ଼ ଓଡିଆ ମଠ ପକ୍ଷରୁ ଠାକୁରଙ୍କ ସେବାରେ ଯୋଗାଇ ଦିଆଯାଇଛି।

Advertisment

ଘଣାପେଡ଼ା ରାଶି ତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପଡ଼ି ତିଆରି ହୋଇଛି ଫୁଲୁରି ତେଲ। ଯାହାକି ବର୍ଷକ ତଳୁ, ଅର୍ଥାତ୍ ଗତ ହେରାପଞ୍ଚମୀ ତିଥିରୁ ମାଟିତଳେ ପୋତା ହୋଇ ରହିଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟିତଳୁ ବାହାର କରାଯାଏ। ପଞ୍ଚମୀ ଦିନ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରତିବର୍ଷ ଫୁଲୁରି ତେଲ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଛି। ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି।

Puri Shreemandir Puri Puri Temple