Advertisment

ଧରାପଡ଼ିଲା ଆଉ ଏକ ସନ୍ଦିଗ୍ଧ ପାରା

ଏହି ସାହିର ରୂପନ ପତିଙ୍କ ଘର ଛାତ ଉପରେ ଏହି ପାରା ଧରା ବସିଥିବା ବେଳେ ଧରାପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Pigeon

Pigeon

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ପତି ସାହିରୁ ଧରାପଡ଼ିଛି ସନ୍ଦିଗ୍ଧ ପାରା। ଏହି ସାହିର ରୂପନ ପତିଙ୍କ ଘର ଛାତ ଉପରେ ଏହି ପାରା ଧରା ବସିଥିବା ବେଳେ ଧରାପଡ଼ିଛି। ପାରାର ଏକ ଧଳା ଥଂଟ ରହିଛି। ଯାହା ସାଧାରଣ ପାରାଙ୍କ ଠାରୁ କିଛି ଭିନ୍ନ।

Advertisment

ତା’ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଲାଗିଛି। ପିତଳ ଟ୍ୟାଗରେ ଇଂରାଜୀରେ READY BSP DN ଲେଖାଯାଇଛି। ଆଉ ଏକ ଟ୍ୟାଗରେ ଇଂରାଜୀରେ 31 ଲେଖା ରହିଛି। ରୂପନଙ୍କ ପରିବାର ଲୋକେ ଏହି ପାରାକୁ ଧରିବା ପରେ ଘରେ ରଖିଛନ୍ତି। ଆଠ ଦିନ ହେଲା ରୂପନଙ୍କ ଛାତ ଉପରେ ଥିବା ପାରାଭାଡ଼ି ନିକଟକୁ ଆସି ଅନ୍ୟ ପାରାଙ୍କ ସହ ଏହି ପାରାଟି ବସୁଥିବାର ଦେଖାଯାଇଥିଲା।

ଏହି ସନ୍ଦିଗ୍ଧ ପାରାକୁ ରୂପନ କୌଶଳ କ୍ରମେ ଧରିଥିଲେ। ତେବେ ଏପର୍ଯ୍ୟନ୍ତ ପାରାକୁ ପୁଲିସକୁ ହସ୍ତାନ୍ତର କରାଯାଇନାହିଁ। ତେବେ ପାରା ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଗ୍ରାମବାସୀ ଓ ରୂପନଙ୍କ ପରିବାର ଲୋକେ ପୁଲିସକୁ ଜଣାଇଛନ୍ତି।

Advertisment

ସୂଚନା ଥାଉକି, କିଛିଦିନ ତଳେ ପାରଦୀପରୁ ପୁରୀ ସମୁଦ୍ରକୁ ମାଛ ମାରିବାକୁ ଆସିଥିବା ଏକ ଟ୍ରଲର ଉପରେ ବସିଥିବା ଗୋଟିଏ ସନ୍ଧିଗ୍ଧ ପାରାକୁ ମତ୍ସ୍ୟଜୀବୀମାନେ ଧରିଥିଲେ। ପରେ ଏହାକୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଏହି ପାରାର ଗୋଡ଼ରେ ଜିପିଏସ୍ ଚିପ୍ ଓ ଖୁପିଆ କ୍ୟାମେରା ଲାଗିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ପାରା ସମ୍ପର୍କରେ ସ୍ପଷ୍ଟ କରାଯାଇପାରିନାହିଁ।

Spy Pigeon