Advertisment

ପିପିଲି: ବାଇକ୍ ଆରୋହୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଉପନର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଦଳୀୟ ପ୍ରଚାର ମଧ୍ୟ ସେତେ ଜମିବାରେ ଲାଗିଛି। ଆଉ ଏସବୁ ଭିତରେ ଟଙ୍କା କାରବାର ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଆଜି  ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ପଲସରରେ ଯାଉଥିବା ୨ ବାଇକ୍ ଆରୋହୀଙ୍କ ଠାରୁ ଏହି ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ପୁଲିସ ପିପିଲି ଟୋଲଗେଟ୍‌ ନିକଟରେ ରୁଟିନ […]

author-image
Tapas Behera
ଅଦ୍ୟତନ ହୋଇଛି
ପିପିଲି: ବାଇକ୍ ଆରୋହୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ

hnm

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଉପନର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଦଳୀୟ ପ୍ରଚାର ମଧ୍ୟ ସେତେ ଜମିବାରେ ଲାଗିଛି। ଆଉ ଏସବୁ ଭିତରେ ଟଙ୍କା କାରବାର ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଆଜି  ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ପଲସରରେ ଯାଉଥିବା ୨ ବାଇକ୍ ଆରୋହୀଙ୍କ ଠାରୁ ଏହି ଟଙ୍କା ଜବତ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ପୁଲିସ ପିପିଲି ଟୋଲଗେଟ୍‌ ନିକଟରେ ରୁଟିନ ଚେକିଂ କରେ। ତେବେ ଆଜି ଦୁଇ ଜଣ ଯୁବକ ଏକ ପଲସରରେ ଆସୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ।

ପୁଲିସ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ ତରାକାଜ ଛକ ନିକଟରେ  ଧରିଥିଲା।  ସମ୍ପୃକ୍ତ ୨ ଜଣ ଦୁଇ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ପୁଲିସ ସୂଚନା ଦେଇଛି। ତେବେ ଟଙ୍କା କେଉଁଠୁ ଆସିଥିଲା, କୁଆଡ଼େ ଯାଉଥିଲା ତାହା ସ୍ପଷ୍ଟ ହୋଇନି। ସମ୍ପୃକ୍ତ ୨ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Advertisment