କୃଷ୍ଣଚନ୍ଦ୍ର ହତ୍ୟା ମାମଲାରେ ବନ୍ଧା ହେଲେ ଆଉ ୪; କୋରାପୁଟରେ ମାଡ଼ି ବସିଲା ପୁଲିସ୍‌

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ଗତକାଲି ୬ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଆଜି ଆଉ ୪ ଜଣଙ୍କୁ ବାନ୍ଧିଛି। ଗିରଫ ହୋଇଥିବା ୪ ଜଣ ହେଉଛନ୍ତି କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ।  ଫଳରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୦ ଛୁଇଁଲା। ସୂଚନାଯୋଗ୍ୟ, ଆଜି କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇଙ୍କୁ ପୁଲିସ୍‌ ଅଟକ ରଖିଥିବା […]

ARREST

Niharika Rout
  • Published: Tuesday, 22 March 2022
  • , Updated: 22 March 2022, 05:00 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ଗତକାଲି ୬ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଆଜି ଆଉ ୪ ଜଣଙ୍କୁ ବାନ୍ଧିଛି। ଗିରଫ ହୋଇଥିବା ୪ ଜଣ ହେଉଛନ୍ତି କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ।  ଫଳରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୦ ଛୁଇଁଲା।

ସୂଚନାଯୋଗ୍ୟ, ଆଜି କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇଙ୍କୁ ପୁଲିସ୍‌ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି କନୱର ସିଂ।   କୁନମୁନ, ଟୁଟୁ ଓ ହରି କୃଷ୍ଣଚନ୍ଦ୍ରଙ୍କ ହତ୍ୟା ସମୟରେ  ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ଫେରାର କରିବାରେ ସାହାଯ୍ୟ କରିଥିବା ଅଭିଯୋଗରେ ବନ୍ଧା ହୋଇଛି ଜଗନ ।

ପୁଲିସ୍‌କୁ ଚକମା ଦେବାକୁ ଘଟଣା ପରଠୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାଗୁ ଘୁରି ବୁଲୁଥିଲେ ଏହି ୪ ଅଭିଯୁକ୍ତ। କେତେବେଳେ ସାତପଡ଼ା ଜଙ୍ଗଲରେ ତ କେତେବେଳେ ଚିଲିକା ମଝିରେ କାଟୁଥିଲେ ରାତି। ଏପରିକି ଫୋନ ବ୍ୟବହାର କରୁ ନ ଥିବା ବେଳେ ରାଜ୍ୟ ବାହାରକୁ ଖସି ଯିବାକୁ କରୁଥିଲେ ଯୋଜନା।

ବାରବାଟୀ ଜାଗାରେ କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରିବା ପରେ ବାଇକ୍‌ରେ ସାତପଡ଼ା ପଳାଇଯାଇଥିଲେ ଏହି ଅଭିଯୁକ୍ତମାନେ। ସେଠାରେ ୨ ଦିନ ରହିବା ପରେ  ପହଞ୍ଚିଥିଲେ ଚିଲିକାରେ। ଚିଲିକା ମଝିରେ ବୋଟରେ ୨ ଦିନ, ୨ ରାତି କାଟିଥିଲେ। ଏହାପରେ ଫେରାର ହେବାକୁ ଯୋଜନା କରି କୋରାପୁଟରେ ପହଞ୍ଚି ଯାଇଥିଲେ। ମାତ୍ର ସେମାନଙ୍କୁ ସେଠାରେ ମାଡ଼ି ବସିଲା ପୁଲିସ୍‌ ।

କୃଷ୍ଣଚନ୍ଦ୍ରଙ୍କ ହତ୍ୟାକାରୀଙ୍କୁ ଖୋଜିବାକୁ ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ପୁରୀ ପୁଲିସ୍‌ ପ୍ରଥମେ ୪ଟି ଓ ପରେ ୭ଟି ଟିମ୍‌ ଗଠନ କରିଥିଲା।  । ୭ ଇନ୍ସପେକ୍ଟର, ଜଣେ ଡିଏସ୍ପି, ଜଣେ ଆଡିସନାଲ ଏସ୍‌ପି ଏହି ସମସ୍ତ ଟିମ୍‌ରେ ସାମିଲ ଥିଲେ। ତେବେ ଅଭିଯୁକ୍ତମାନେ  ଫୋନ କିମ୍ବା କୌଣସି ପ୍ରକାର ଟେକନଲୋଜି ବ୍ୟବହାର କରୁ ନ ଥିବାରୁ ସେମାନଙ୍କୁ ଧରିବା ପୁଲିସ୍‌ ପାଇଁ କାଠିକର ପାଠ ହୋଇ ଯାଇଥିଲା। ହେଲେ ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟର ପୁଲିସ୍‌ ସହ ଯୋଗାଯୋଗରେ ଥିଲା ପୁରୀ ପୁଲିସ୍‌। ଏହାପରେ କୋରାପୁଟରୁ ସେମାନଙ୍କୁ ମାଡ଼ି ବସି ପୁରୀ ଅଣାଯାଇଛି।

ଘଟଣା ଦିନ ସ୍ପଟରେ ୪ ଅଭିଯୁକ୍ତ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ଆଣି କ୍ରାଇମ୍‌ ସିନ୍‌ ରିକ୍ରିଏଟ କରାଗଲା ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିବ ବୋଲି କହିଛନ୍ତି ପୁରୀ ଏସ୍‌ପି।

Related story