Advertisment

ଉତ୍ସବ ଆପ୍ ଠକେଇ: ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହ ଦ୍ୱାର ଥାନା

ଏହି ଆପ୍‌କୁ ଜଗନ୍ନାଥ ସେନା ଓ ସେବାୟତମାନେ ବିରୋଧ କରିଛନ୍ତି।

Usav app

Usav app

Advertisment

ଉତ୍ସବ ଆପରେ ଭକ୍ତଙ୍କୁ ଠକେଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଂହ ଦ୍ୱାର ଥାନା। ଘଟଣାର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ଏହି ମୋବାଇଲ୍ ଆପ୍ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ୍ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଛି 'ଉତ୍ସବ' ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ। ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ସମୟରେ ରଥରେ ଭୋଗ ଲଗାଇବା ପାଇଁ ଭକ୍ତଙ୍କଠାରୁ କାଳେ ଏହି ସଂସ୍ଥା ୪୫୦୦ ଟଙ୍କା ଦାବି କରୁଛି। ଏମିତିକି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ୨୪୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ପାଇଁ ୨୧୫୧ ଟଙ୍କା, ମନ୍ଦିରରେ ନାମ ଏବଂ ଗୋତ୍ର ସଂକଳ୍ପ ପାଇଁ ୮୦୧ ଟଙ୍କା ଆଦାୟ ସଂସ୍ଥା ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଏହି ଆପ ନାଁରେ ପୂର୍ବରୁ ମଧ୍ୟ ଭକ୍ତମାନେ ଅଭିଯୋଗ କରିଛନ୍ତି। ହେଲେ  ଶ୍ରୀମନ୍ଦିର ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାଗ୍ରହଣ କରି ନାହିଁ କି   ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ କରି ନାହିଁ।

Advertisment

ଅନ୍ୟପକ୍ଷରେ ଏହି ଆପ୍‌କୁ ଜଗନ୍ନାଥ ସେନା ଓ ସେବାୟତମାନେ ବିରୋଧ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏନେଇ ଜଗନ୍ନାଥ ସେନା ପକ୍ଷରୁ ପ୍ରତିବାଦ କରାଯାଇଛି।  ଏହାସହ ସିଂହ ଦ୍ୱାର ଥାନାରେ ମଧ୍ୟ ଏତଲା କରାଯାଇଛି। 

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe