Advertisment

ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ, ୬ ଆହତ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ସବୁଠି ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। ଦୁଇ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ଫଳରେ ଜଣେ ମହିଳା ସମେତ ୬ ଗୁରୁତର ହୋଇଛନ୍ତି। ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ଘଟିଛି ଏହି ସଂଘର୍ଷ। ସମସ୍ତ ଗୁରୁତର ଗୋଟିଏ ଦଳର ବୋଲି ସୂଚନା ମିଳିଛି। ସମସ୍ତଙ୍କୁ ଚିକିସ୍ଥା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ […]

ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ, ୬ ଆହତ

brahmagiri

Advertisment

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ସବୁଠି ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। ଦୁଇ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ଫଳରେ ଜଣେ ମହିଳା ସମେତ ୬ ଗୁରୁତର ହୋଇଛନ୍ତି। ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ଘଟିଛି ଏହି ସଂଘର୍ଷ। ସମସ୍ତ ଗୁରୁତର ଗୋଟିଏ ଦଳର ବୋଲି ସୂଚନା ମିଳିଛି। ସମସ୍ତଙ୍କୁ ଚିକିସ୍ଥା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ବୁଧବାର ରାତିରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାମାନେ ଉକ୍ତ ଗାଁରେ ପ୍ରଚାର କରୁଥିଲେ। ଏହି ସମୟରେ ଜଣେ ମହିଳା ଯାହାଙ୍କର ଦୁଇବର୍ଷ ତଳେ ଘର ପୋଡ଼ି ହୋଇଯାଇଥିଲା, ତାଙ୍କୁ ସଂପୃକ୍ତ ଦଳର ନେତା ଘର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମହିଳା ଜଣଙ୍କୁ ଘର ମିଳିନଥିଲା। ଯାହାକୁ ନେଇ ସେ ଗତକାଲି ପ୍ରଚାର ସମୟରେ ସଂପୃକ୍ତ ଦଳର ନେତାଙ୍କୁ ପଚାରିଥିଲେ। ଆଉ ପରବର୍ତ୍ତୀ ସମୟରେ ଏହାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

ହେଲେ ଆଜି ସକାଳୁ ସେହି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୋଷ୍ଠୀ ମହିଳାଙ୍କ ଘର ଆଗରେ ବକାବନା ଗାଳିଗୁଲଜ କରିଥିଲେ। ତେବେ ପ୍ରତିପକ୍ଷ ଲୋକେ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମାମଲା ସମାଧାନ ହେବା ବଦଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ପରସ୍ପରକୁ ମାରପିଟ୍ ଓ ଟେକା ପଥର ମାଡ଼ କରିଥିଲେ। ଯେଉଁଥିରେ ଜଣେ ମହିଳାଙ୍କ ସମେତ ୬ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାସହ ଉକ୍ତ ଗାଁ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଲିସ୍ ମୁତୟନ ରହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe