Advertisment

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ୍

ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଆଡ଼ପ ମଣ୍ଡପରେ ଠାକୁର ଦର୍ଶନ ପରେ ସେ ସେଠାରେ ଆଡ଼ପ ଅବଢ଼ା କିଣି ଖାଇଥିଲେ।

author-image
Niranjan Mishra
Yashoda Ben

Yashoda Ben

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି। ସେ ଗତକାଲି ପୁରୀରେ ପହଞ୍ଚିବା ପରେ ସର୍କିଟହାଉସ୍‌ରେ ରାତ୍ରୀ ଯାପନ କରିଥିଲେ। ଆସି ସକାଳେ ସର୍କିଟହାଉସ୍‌ ନିକଟ ଭିଆଇପି ରୋଡ୍‌ରେ ଥିବା ଏକ ଶିବ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଆଡ଼ପ ମଣ୍ଡପରେ ଠାକୁର ଦର୍ଶନ ପରେ ସେ ସେଠାରେ ଆଡ଼ପ ଅବଢ଼ା କିଣି ଖାଇଥିଲେ। ଏଥିସହ ଖୁସିଲା ମହାପ୍ରସାଦ ଘରକୁ କିଣି ନେଇଛନ୍ତି।

Advertisment

ଏହାପରେ ସେ ଶ୍ରୀମନ୍ଦିରକୁ ଯାଇ ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ତାଙ୍କ ସାଙ୍ଗରେ ଭଉଣୀ ଓ ଭାଉଜ ମଧ୍ୟ ଏହି ଠାକୁର ଦର୍ଶନ ବେଳେ ଉପସ୍ଥିତ ଥିଲେ। ଠାକୁର ଦର୍ଶନ କରି ସେ ଖୁବ୍‌ ଖୁସି ହୋଇଯାଇଥିବା ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ କହିଛନ୍ତି। ଯଶୋଦା ବେନ୍ ମୋଦିଙ୍କୁ ପୁରୀ ଭ୍ରମଣ ଓ ଠାକୁର ଦର୍ଶନ ବେଳେ ଶ୍ରୀ ଦ୍ୱିବେଦୀ, ଅଶୋକ ମୋଦି, ସମାଜସେବୀ ଅରୁନ୍ଧତୀ ଦେବୀ ପ୍ରମୁଖ ସାଙ୍ଗରେ ଥିଲେ ଓ ଆବଶ୍ୟକ ସହାୟତା କରିଥିଲେ।

ଯଶୋଦା ବେନ୍ ମୋଦି ସମ୍ବଲପୁର, ଅନୁଗୋଳ, ଭୁବନେଶ୍ୱର ଦେଇ ପୁରୀ ପହଞ୍ଚିବା ବେଳେ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ସେ ପୁରୀରୁ କୋଣାର୍କ ଏବଂ କୋଣାର୍କରୁ ଭୁବନେଶ୍ୱର ଆସି ପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଦର୍ଶନ କରିଥିବା ସୂଚନା ମିଳିଛି।

Advertisment
Lord Jagannath Wife Puri Narendra Modi Puri Shreemandir