seize
ପୁରୀ(ଓଡ଼ିଶା ରିପୋର୍ଟର): ଆକ୍ସନ ମୁଡରେ ପୁରୀ ପୁଲିସ୍। ଟାର୍ଗେଟରେ ଅଛନ୍ତି ନିଶା ବେପାରୀ। ଗତ ୨ ମାସ ମଧ୍ୟରେ ପୁରୀ ପୁଲିସ୍ ୨୨ ନିଶା ମାଫିଆଙ୍କୁ ଗିରଫ କରି ସାରିଛି। ଗିରଫଙ୍କ ମଧ୍ୟରେ ଥିବା ଅନିରୁଦ୍ଧ ଜୟସିଂହ ନାମକ ଅଭିଯୁକ୍ତଙ୍କ କୋଟିଏ ମୂଲ୍ୟର ସମ୍ପତ୍ତି ଜବତ କରିଛି ପୁରୀ ପୁଲିସ୍।
ପୁରୀ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନିରୁଦ୍ଧଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି। ସେଥିମଧ୍ୟରେ ତାଙ୍କର ଏକ ଗୋଡାଉନ୍ ଥିବା ବେଳେ ୨ଟି ଜେସିବି, ଗୋଟିଏ କାର୍, ଟ୍ରାକ୍ଟର ଓ ବିପୁଳ ପରିମାଣର ସୁନାଗହଣା ରହିଛି। ଜବତ ସମ୍ପତ୍ତିର ଆନୁମାନିକ ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ୱ ହେବ ବୋଲି କହିଛନ୍ତି ପୁରୀ ଏସ୍ପି ।
[caption id="attachment_724077" align="aligncenter" width="650"]
ଅନିରୁଦ୍ଧ ଜୟସିଂହଙ୍କ ଗୋଦାମ ଜବତ କରୁଛି ପୁଲିସ୍ ।[/caption]
ସୂଚନା ଅନୁଯାୟୀ, ଗତ ଜାନୁଆରୀରେ ୧୪ ଲକ୍ଷର ବ୍ରାଉନସୁଗାର ସହ ଧରାପଡ଼ିଥିଲା ଅନିରୁଦ୍ଧ ଜୟସିଂହ । ଏହାପରେ ପୁଲିସ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିବା ବେଳେ ୨ ମାସ ପରେ ତାଙ୍କ ସମ୍ପତ୍ତି ଜବତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/seize.jpg)