Advertisment

ପୁରୀ :ଗୋଡାଇ ଗୋଡ଼ାଇ ହତ୍ୟା

ପୁରୀ(ଓଡ଼ିଶା ରିପୋର୍ଟର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ  ହତ୍ୟା। ପୁରୀ ବାସେଲି ସାହି ଥାନା ଅନ୍ତର୍ଗତ ବଡ ପୋଖରୀ ଜାଗା ନିକଟରେ ଦୁର୍ବୃତ୍ତ ମାନେ ଗୋଡାଇ ଗୋଡ଼ାଇ ହାଣିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା କୁହାଯାଇଛି ।ମୃତ ଯୁବକ ହେଉଛନ୍ତି ଜିତେନ୍ଦ୍ର ପୁରୋହିତ। ବାସେଲି ସାହି ଓଡ଼ିଆମଠ ନିକଟରେ ତାଙ୍କ ଘର। ସେ ଜଣେ ଶିଳ୍ପୀ କାରିଗର। ପୂର୍ବରୁ ମଧ୍ୟ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା।ଉକ୍ତ ଘଟଣା ସମ୍ପର୍କରେ ବାସେଲି ସାହି ଥାନାରେ ଅଭିଯୋଗ ହୋଇଥିଲା। ଜାଗାରୁ ଘରକୁ […]

author-image
Tapas Behera
ପୁରୀ :ଗୋଡାଇ ଗୋଡ଼ାଇ ହତ୍ୟା

t78

ପୁରୀ(ଓଡ଼ିଶା ରିପୋର୍ଟର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ  ହତ୍ୟା। ପୁରୀ ବାସେଲି ସାହି ଥାନା ଅନ୍ତର୍ଗତ ବଡ ପୋଖରୀ ଜାଗା ନିକଟରେ ଦୁର୍ବୃତ୍ତ ମାନେ ଗୋଡାଇ ଗୋଡ଼ାଇ ହାଣିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା କୁହାଯାଇଛି ।ମୃତ ଯୁବକ ହେଉଛନ୍ତି ଜିତେନ୍ଦ୍ର ପୁରୋହିତ। ବାସେଲି ସାହି ଓଡ଼ିଆମଠ ନିକଟରେ ତାଙ୍କ ଘର। ସେ ଜଣେ ଶିଳ୍ପୀ କାରିଗର। ପୂର୍ବରୁ ମଧ୍ୟ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା।ଉକ୍ତ ଘଟଣା ସମ୍ପର୍କରେ ବାସେଲି ସାହି ଥାନାରେ ଅଭିଯୋଗ ହୋଇଥିଲା। ଜାଗାରୁ ଘରକୁ ଫେରୁଥିବା ସମୟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏସ୍ପିଙ୍କ ସହ ଥାନା ଅଧିକାରୀଙ୍କ ତଦନ୍ତ ଆରମ୍ଭ। ଦୁର୍ବୁତ୍ତମାନେ ଗୋଡ଼ାଇ ଗୋଡ଼ାଇ ଭୁଜାଲି ଓ ମାରଣାସ୍ତ୍ରରେ ମୁଣ୍ଡ, ହାତ ମୁହଁଆଦି ସ୍ଥାନକୁ ଚୋଟ ମାରିଛନ୍ତି। ଘଟଣାସ୍ଥଳରେ ଭୁଜାଲି ପଡ଼ିଥିବା ଜଣାପଡ଼ିଛି।

Advertisment