ବାଟରେ ରୋକିଲା ପୁଲିସ; ଅପରାଜିତା କହିଲେ, ଚାଲି ଚାଲି ଯିବି, ମହାପ୍ରଭୁଙ୍କ ଦର୍ଶନ କରିବି

ପୁରୀ(ଓଡ଼ିଶା ରିପୋର୍ଟର): ମୁଁ ପୁରୀ ଅଭିମୁଖେ ବାହାରିଛି , ଯାହାବି ହେଲେ ମହାପ୍ରଭୁଙ୍କ ଦର୍ଶନ କରିବି। ଗାଡ଼ି ନ ଛାଡ଼ିଲେ ଚାଲି ଚାଲି ପୁରୀ ଯାଇ ଏକୁଟିଆ ମହାପ୍ରଭୁଙ୍କ ଦର୍ଶନ କରିବି। ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାରି ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ। ଯଦି ସରକାର ସତମାର୍ଗରେ ଅଛନ୍ତି, ଯଦି କିଛି ଲୁଚାଇବାର ନାହିଁ, ତାହେଲେ ଏତେ ଡର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ […]

aparajita-sarangi.

aparajita-sarangi.

Niharika Rout
  • Published: Wednesday, 27 April 2022
  • Updated: 27 April 2022, 12:28 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ମୁଁ ପୁରୀ ଅଭିମୁଖେ ବାହାରିଛି , ଯାହାବି ହେଲେ ମହାପ୍ରଭୁଙ୍କ ଦର୍ଶନ କରିବି। ଗାଡ଼ି ନ ଛାଡ଼ିଲେ ଚାଲି ଚାଲି ପୁରୀ ଯାଇ ଏକୁଟିଆ ମହାପ୍ରଭୁଙ୍କ ଦର୍ଶନ କରିବି। ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାରି ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ। ଯଦି ସରକାର ସତମାର୍ଗରେ ଅଛନ୍ତି, ଯଦି କିଛି ଲୁଚାଇବାର ନାହିଁ, ତାହେଲେ ଏତେ ଡର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଧା ବାଟରେ ଅଟକାଇଛି ପୁଲିସ୍‌। ଏପରିକି ଭୁବନେଶ୍ୱରରୁ ପୁରୀ ମଧ୍ୟରେ ବିଭିନ୍ନ ଜାଗାରେ ପୁଲିସ୍‌ ମୁତୟନ ଥିବା ବେଳେ ଚନ୍ଦନପୁର କାଠପୋଲ ନିକଟରେ ଅପରାଜିତାଙ୍କୁ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଅଟକାଇଥିଲେ। ଏହାପରେ କ’ଣ ପାଇଁ ତାଙ୍କୁ ଅଟକା ଯାଉଛି ବୋଲି ପ୍ରଶ୍ନ କରିଥିଲେ ଅପରାଜିତା।

ଦୀର୍ଘ ସମୟର ଆଲୋଚନା ପରେ ପ୍ରଶାସନିକ ଗାଡ଼ିରେ ସାଂସଦଙ୍କୁ ଯିବାକୁ କୁହାଯାଇଥିବା ବେଳେ ସେ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ଏକୁଟିଆ ଚାଲିକି ଯିବି ବୋଲି କହିଥିଲେ। ମୋ ଗସ୍ତ ସମୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ ବୋଲି ମଧ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଆଶ୍ୱାସନା ଦେଇଥିଲେ।

ମୁଁ ବି ଜଣେ ପ୍ରଶାସନିକ ଅଧିକାରୀ ଥିଲି। ତେଣୁ ସେମାନଙ୍କ ଅସୁବିଧାକୁ ମୁଁ ଭଲ ଭାବେ ବୁଝୁଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେମାନେ ବାଧ୍ୟ, ତେଣୁ ମୁଁ ସେମାନଙ୍କୁ କୌଣସି ଅସୁବିଧାରେ ପକାଇବି ନାହିଁ।  ମୋ’ ସହ ଶହ ଶହ ଲୋକ ଯିବାର ଆବଶ୍ୟକତା ନାହିଁ। ଏକୁଟିଆ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବି।  ମୋ’ ସହ  କେବଳ ୨ ପୁରୁଷ ଓ ଜଣେ ମହିଳା ଯିବେ। ୧୦ଟାରୁ ୩ ପର୍ଯ୍ୟନ୍ତ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରି ଦିଆଯାଇଥିବା ଶୁଣିବାକୁ ପାଉଛି। ଯାହାବି ହେଲେ ବାହାରିଛି ମାନେ ମହାପ୍ରଭୁଙ୍କୁ ଦର୍ଶନ କରିବି ବୋଲି କହିଛନ୍ତି ସାଂସଦ ଷଡଙ୍ଗୀ। ଏଠାକୁ କାହାକୁ ବିରୋଧ କରିବାକୁ ଆସିନି। କେବଳ କାଳିଆ ଠାକୁରର ଦର୍ଶନ ଚାହୁଁଛି। ରାଜ୍ୟ ସରକାରଙ୍କ ଆଦେଶ ଶିରୋଧାର୍ଯ୍ୟ। ଯଦି ସରକାର ଚାହୁଁଛନ୍ତି ମୁଁ ଚାଲି ଚାଲି ୮ କିମି ଯିବି, ତା’ ହେଲେ ଯିବି  ବୋଲି କହିଛନ୍ତି ଅପରାଜିତା। କିଛି ବାଟ ପଦଯାତ୍ରାରେ ଯିବା ପରେ  ମାଳତୀପାଟପୁର ନିକଟରୁ ପୁଣି ଗାଡ଼ିରେ ଯିବାକୁ ଅନୁମତି ମିଳିଲା। ଏହାପରେ  ଗାଡ଼ିରେ ଯାଇ ପୁରୀରେ ପହଞ୍ଚିଲେ ସାଂସଦ ଅପରାଜିତା ।

ଅପରାଜିତାଙ୍କ ପଦଯାତ୍ରା ପାଇଁ ପୁରୀ ଜିଲ୍ଲାପାଳ ଅନୁମତି ଦେଇ ନ ଥିବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସାଂସଦ।  କୌଣସି ପଦଯାତ୍ରା ପାଇଁ ଅନୁମତି ମାଗିନଥିଲୁ, ନ ଦେବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

[caption id="attachment_730323" align="aligncenter" width="650"]puri ପୁରୀ ଅଭିମୁଖେ ଯାଉଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।[/caption]

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେବାକୁ ଯାଇ ଭୁବନେଶ୍ୱର ସାଂସଦ କହିଛନ୍ତି, ମନ୍ଦିରର ୧୦୦ ମିଟର ପରିଧିରେ ୩୦ ଫୁଟର ଗାତ ଖୋଳା ଯାଉଛି। ବିକାଶ ତଥା ସୌନ୍ଦର୍ଯ୍ୟକରଣକୁ ବିରୋଧ କରୁନୁ। ଆଇନ ପରିସରରେ ରହି ମନ୍ଦିର ସୁରକ୍ଷାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସବୁ କାମ କରିବା ଦରକାର। ଏଏସଆଇ ଅନୁମତି ନ ନେଇ କିପରି କାମ ହେଲା? ବିଧାନସଭାରେ ଏ ନେଇ ତୁମ୍ବି ତୋଫାନ ହେବା ପରେ ଗଠିତ ହୋଇଥିବା ଗୃହ କମିଟି କାହିଁକି ଏ ପର୍ଯ୍ୟନ୍ତ ମନ୍ଦିର ପରିଦର୍ଶନ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ।

ସେ କହିଛନ୍ତି, ଏ କିପରି ଯୋଜନା, ଯେଉଁଥିରେ ମନ୍ଦିର ପାର୍ଶ୍ୱରେ ୩୦ ଫୁଟର ଗାତ ଖୋଳା ଯାଉଛି। ହେଲେ ଖୋଦ ପୁରୀ ଏମ୍‌ପି ଏ ଯୋଜନା ବିଷୟରେ ଅନଭିଜ୍ଞ। ତା’ ହେଲେ ସବୁ ଓଡ଼ିଆ କିପରି ଜାଣିବେ। ଅନଭିଜ୍ଞ ଭାବେ କିପରି ମନ୍ଦିର ପାଖରେ ଖନନ ଚାଲିଛି।

ମନ୍ଦିର ଉପରେ ଦିନେ ହେଲିକପ୍ଟର, ପ୍ଲେନ୍‌ ଉଡ଼ାଇବାକୁ ବାରଣ ଥିବା ବେଳେ ମନ୍ଦିର ପାଖ ଦେଇ ଗାଡ଼ି ଚଳାଚଳକୁ ବାରଣ କରାଯାଇଥିଲା। ହେଲେ ଆଜି କିପରି ଜେସିବି ଲଗାଇ କାମ ହେଉଛି। କେଉଁ ଇଞ୍ଜିନିୟର, ଆର୍କିଟେକ ଏଥିପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ମୋର ଯାହା କହିବାର ଥିଲା ମୁଁ ଲୋକସଭାରେ କହି ସାରିଛି। ଆଉ କିଛି କହିବାକୁ ଆସିନି। ଆଜି କେବଳ ଦର୍ଶନ ପାଇଁ ଆସିଛି। ମହାପ୍ରଭୁଙ୍କ ମନ୍ଦିରର ସୁରକ୍ଷା ପ୍ରତି ଓଡ଼ିଆଙ୍କ ଦାୟିତ୍ୱ। ଏପରି କ’ଣ ଲୁଚାଇବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଗଜପତି ମହାରାଜାଙ୍କୁ ସମ୍ମୁଖକୁ ଆସି ମନ୍ଦିର ସୁରକ୍ଷିତ ଅଛି ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ସୂଚନାଯୋଗ୍ୟ, ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରିବା ପରଠୁ ସରଗରମ ହୋଇଥିଲା ରାଜନୀତି। ଏପରିକି ତାଙ୍କୁ ଅଟକାଇବାକୁ ବିଭିନ୍ନ ଜାଗାରେ ପୁଲିସ୍‌ ମୁତୟନ କରାଯାଇଥିଲା।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଝା। ଆଇନଶୃଙ୍ଖଳା ଦୃଷ୍ଟିରୁ ଆଜି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସମ୍ବିତ୍ ଲେଖିଛନ୍ତି-କଳାପାହାଡ଼ ମାନସିକତା ଆମ ଓଡ଼ିଆ ଅସ୍ମିତା ପ୍ରତି କ୍ଷତି ପହଞ୍ଚାଇବ। ଜିଦ୍ ଓ ଅହଙ୍କାର କେବଳ ବିନାଶ ଆଡ଼କୁ ଟାଣିନିଏ। ରାଜନୀତି ନକରି ASI କଣ କହୁଛି, ସେଯାଏଁ ଅପେକ୍ଷା କରିବା ଦରକାର। ହାଇକୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ଯାଏ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବା ଉଚିତ ବୋଲି ମତ ଦେଇଛନ୍ତି ସମ୍ବିତ।

https://youtu.be/XubJAaORWbI

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos