Advertisment

ସିଂହଦ୍ୱାରରେ ରୁପା ଛାଉଣୀ କାମ ଆରମ୍ଭ

ଶ୍ରୀମନ୍ଦିରର ସିଂହଦ୍ଵାରରେ ନୂତନ ରୁପା ଛାଉଣୀ ଦ୍ୱାର ବସାଇବାକୁ ଆଜି ଠାରୁ କାମ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Silver door work

Silver door work

Advertisment

ଶ୍ରୀମନ୍ଦିରର ସିଂହଦ୍ଵାରରେ ନୂତନ ରୁପା ଛାଉଣୀ ଦ୍ୱାର ବସାଇବାକୁ ଆଜି ଠାରୁ କାମ ଆରମ୍ଭ ହୋଇଛି। ମହାପ୍ରଭୁ ଆଡ଼ପ ମଣ୍ଡପକୁ ଯାତ୍ରାରେ ବାହାରି ଯାଇଥିବାରୁ ଏହି ସମୟ ଭିତରେ ରୂପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ଏବେ ସିଂହଦ୍ୱାରରେ ପୁରୁଣା ପିତଳ ଛାଉଣୀ ଦ୍ୱାର ରହିଛି। ଏହି ସ୍ଥାନରେ ନୂଆ ଦୁଆର ଲାଗିବ। ମୁମ୍ବାଇର ଜଣେ ଦାତା ନୂଆ ରୁପା ଛାଉଣୀ ଦ୍ୱାର ପାଇଁ ରୁପା ଦାନ କରିଛନ୍ତି। ବର୍ମାଟିକ୍ କାଠରେ ନୂଆ ଦ୍ୱାର କରାଯାଉଥିବା ବେଳେ ଏହା ଉପରେ ରୁପା ଛାଉଣୀ କରାଯିବ।

ପୂର୍ବରୁ ଶ୍ରୀମନ୍ଦିର ସାତପାହାଚ ଦ୍ୱାର, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ୱାରା ପ୍ରଭୃତି ସ୍ଥାନରେ ନୂଆ କରି ବର୍ମାଟିକ୍‌ କାଠରେ ନୂଆ ଦ୍ୱାର କରାଯିବା ସହ ଏହା ଉପରେ ରୁପା ଛାଉଣୀ କରାଯାଇଛି।

Advertisment
Puri Shreemandir Puri Sri Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe