Advertisment

ବଢ଼ିଲା ପୁରୀ ଶ୍ରୀମନ୍ଦିର ପତିତପାବନ ବାନା ଦର

ପ୍ରତିଦିନ ନୀଳଚକ୍ରରୁ ଓଲାଗି ହେଉଥିବା ୧୪ ହାତ ବିଶିଷ୍ଟ ଧ୍ଵଜାର ଦରକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅଦ୍ୟତନ ହୋଇଛି
undefined

Puri Srimandir

Advertisment

ବଢ଼ିଲା ପୁରୀ ଶ୍ରୀମନ୍ଦିର ପତିତପାବନ ଓଲାଗି ବାନା ଦର। ଓଲାଗି ବାନା ଦର ବୃଦ୍ଧି କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରତିଦିନ ନୀଳଚକ୍ରରୁ ଓଲାଗି ହେଉଥିବା ୧୪ ହାତ ବିଶିଷ୍ଟ ବାନାର ଦରକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଉକ୍ତ ଓଲାଗି ବାନାର ଦର ୨୦୦ଟଙ୍କା ଥିଲା। ଆଜିଠାରୁ ଭକ୍ତଙ୍କ ପାଇଁ ଏହି ନୂତନ ଦର ଲାଗୁ ହେଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବ୍‌କମିଟିର ନିଷ୍ପତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି।

ସେପଟେ ଶ୍ରୀମନ୍ଦିରରେ ମାନସିକ ରଖି ବାନା ବାନ୍ଧିବାକୁ ହେଲେ ଆଗକୁ ଭକ୍ତମାନଙ୍କୁ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ମିଳିଛି। କାରଣ ଏ ସମ୍ପର୍କରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନିକ କମିଟିରେ ଆଲୋଚନା ହୋଇଛି। ଯାହା ପରିଚାଳନା କମିଟିର ଶେଷ ନିଷ୍ପତ୍ତି ପରେ ଲାଗୁ ହେବାର ସମ୍ଭାବନା ରହିଛି।

Advertisment
Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe