Advertisment

ସୁପ୍ରିମକୋର୍ଟଙ୍କ ଛାଟ କାମ ଦେଲା, ଶେଷରେ ନିଯୁକ୍ତି ଦେଲେ ସ୍ଥାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସ ଦାୟିତ୍ୱ ଗ୍ରହଣ କରିବା ଦିନ ହିଁ ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କ ଅତିରିକ୍ତ ଦାୟିତ୍ୱ (ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ) ରଦ୍ଦ ହୋଇଯିବ ।

undefined

Puri Srimandir

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରାୟ ସାଢ଼େ ୩ବର୍ଷ ପରେ ରାଜ୍ୟ ସରକାର ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିଛନ୍ତି । ଗତମାସରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ୨୦୧୯ ନଭେମ୍ବର ୪ତାରିଖରେ ଦେଇଥିବା ରାୟର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ରାଜ୍ୟ ସରକାର ମାଗିଥିବା ମହଲତକୁ ବି ସୁପ୍ରିମକୋର୍ଟ ଏଡ଼ାଇ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଛାଟ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ପୁରୀ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ଜଣେ ଅଫିସରଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ ସଚିବ ତଥା ନିର୍ଦ୍ଦେଶକ ୨୦୦୭ ବ୍ୟାଚ୍ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବଦଳି ହୋଇଛି ।

Advertisment

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସ ଦାୟିତ୍ୱ ଗ୍ରହଣ କରିବା ଦିନ ହିଁ ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କ ଅତିରିକ୍ତ ଦାୟିତ୍ୱ (ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ) ରଦ୍ଦ ହୋଇଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଶ୍ରୀ ଦାସ ଆଇଏଏସ୍ କ୍ୟାଡ଼ରରେ ସ୍ୱତନ୍ତ୍ର ସଚିବ ପାହ୍ୟାର ସୁବିଧାସୁଯୋଗ ହାସଲ କରିବେ ।

ସେହିପରି ମୁଖ୍ୟ ସଚିବଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଦିଲ୍ଲୀପ ରାଉତରାଏଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ଏହି ପଦବୀରେ ଆଇଏଏସ୍ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ । ସେ ମଧ୍ୟ ନୂତନ ଭାବେ ଗଠନ ହୋଇଥିବା ଓଡ଼ିଶା ପରିବାର ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ ।

Advertisment

ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୩ ବ୍ୟାଚ୍ ଆଇଏଏସ୍ ଶ୍ରୀକାନ୍ତ ପୃଷ୍ଟିଙ୍କୁ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବାରମ୍ବାର ତାଗିଦ୍ ଓ ବିଭିନ୍ନ ମହଲରୁ ଦାବିସତ୍ତ୍ୱେ ରାଜ୍ୟ ସରକାର ସ୍ଥାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିଲେ ।

Puri Shreemandir Puri Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe