Advertisment

ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ରଞ୍ଜନ କୁମାର ଦାସ

ଆଗକୁ ରଥଯାତ୍ରା ସହ ରହିଛି ନାନା ପର୍ବପର୍ବାଣୀ। ଏପରିକି ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ମଧ୍ୟ ହଲାପଟା କରୁଛନ୍ତି ବିରୋଧୀ। ତାହାରି ଭିତରେ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଥିବା ବେଳେ ରଂଜନ ଦାସ କହିଛନ୍ତି, ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ନିଜ ଦାୟିତ୍ୱ ନିର୍ବାହ କରିବେ।

ଅଦ୍ୟତନ ହୋଇଛି
Ranjan Kumar Das

Ranjan Kumar Das

Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ରଞ୍ଜନ କୁମାର ଦାସ। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଆଜି ଯୋଗଦେଲେ ଆଇଏଏସ ରଞ୍ଜନ କୁମାର ଦାସ। ଏହାପୂର୍ବରୁ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ତା’ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱ ନେଇଥିଲେ।

Advertisment

ଆଗକୁ ରଥଯାତ୍ରା ସହ ରହିଛି ନାନା ପର୍ବପର୍ବାଣୀ। ଏପରିକି ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ମଧ୍ୟ ହଲାପଟା କରୁଛନ୍ତି ବିରୋଧୀ। ତାହାରି ଭିତରେ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଥିବା ବେଳେ ରଂଜନ ଦାସ କହିଛନ୍ତି, ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ନିଜ ଦାୟିତ୍ୱ ନିର୍ବାହ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସଙ୍କୁ ଏଣିକି ସ୍ୱତନ୍ତ୍ର ସଚିବ ପାହ୍ୟା ସହ ସମାନ କରାଯାଇଛି।

ରଂଜନ ଦାସ କହିଛନ୍ତି, ଆଗକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆସୁଛି। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ରାଜ୍ୟ ତଥା ବାହାର ଭକ୍ତମାନେ ଅନାଇ ରହିଛନ୍ତି। ତେଣୁ ଘୋଷଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ କରାଯିବ, ତାହା ଆମର ପ୍ରାଥମିକତା ରହିବ। ଘୋଷଯାତ୍ରା ପାଇଁ ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟକୁ କିପରି ପାଳନ କରାଯାଇପାରିବ, ତାହା ଉପରେ ପ୍ରୟାସ କରିବୁ। ସମସ୍ତଙ୍କ ସହଯୋଗ ନେଇ କାମ କରିବୁ ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସେ କହିଛନ୍ତି, ଆଜି କାର୍ଯ୍ୟରେ ଯୋଗଦେଇଛି। ପ୍ରକଳ୍ପ ନେଇ ସମୀକ୍ଷା କରିନାହିଁ। ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କଲେ ସବୁକିଛି ଜଣାପଡ଼ିବ। ଯାହା ଦେଖୁଛି ବହୁ କାମ ହୋଇଛି। ଅଳ୍ପ କାମ ବାକି ରହିଛି। ତଥାପି ନିର୍ଦ୍ଧାରିତ ସମୟରେ କାମ ସାରିବାର ବ୍ୟବସ୍ଥା କରିବୁ। ଖୁବ୍‌ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଚେଷ୍ଟା କରିବୁ ବୋଲି ଶ୍ରୀ ଦାସ କହିଛନ୍ତି।

Puri Shreemandir Puri Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe