Advertisment

‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପୁରୀ ରଥଯାତ୍ରାକୁ ଅଦ୍ଭୁତ କହିଛନ୍ତି। ସେ କହିଛନ୍ତି, ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ୍‌ ହେବା ବାସ୍ତବରେ ଅନୁକରଣୀୟ। ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ।

author-image
Manoranjan Sial
PM

PM

ଆମେରିକା ଗସ୍ତ ପୂର୍ବରୁ ଆଜି ‘ମନ୍‌ କି ବାତ୍‌’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସପ୍ତାହେ ପୂର୍ବରୁ କରିଥିବା ‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପୁରୀ ରଥଯାତ୍ରାକୁ ଅଦ୍ଭୁତ କହିଛନ୍ତି। ସେ କହିଛନ୍ତି, ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ୍‌ ହେବା ବାସ୍ତବରେ ଅନୁକରଣୀୟ। ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧ ଓ ସୁସ୍ଥ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମନ୍‌ କି ବାତ୍‌ରେ ଏମର୍ଜେନ୍ସୀ ସମୟକୁ କଳା ଯୁଗ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏମର୍ଜେନ୍ସୀ ନିର୍ଯାତନା କଥା ଭାବିଲେ ଦେହ ଶିହିରି ଉଠେ। ଦେଶବାସୀଙ୍କ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦା ଯାଇଥିଲା। ତେଣୁ ଏମର୍ଜେନ୍ସୀ ବାବଦରେ ଯୁବପିଢ଼ି ଜାଣିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment
Ratha Yatra Puri Shreemandir Puri Narendra Modi PM Modi