PURI
ଘୋଷଯାତ୍ରା ଶେଷ କରି ରତ୍ନବେଦୀକୁ ବାହୁଡ଼ି ଆସିଛନ୍ତି ଶ୍ରୀଜିଉ। ଆଜିଠୁ ସ୍ୱାଭାବିକ ଭାବେ ଶ୍ରୀମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଛି। ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଜି ମଧ୍ୟ ବାହାରିବ ନୀଳାଚଳ ଅବଢା। ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।
ନବ ଦିନାତ୍ମକ ରଥଯାତ୍ରା ଶେଷ କରି ଭକ୍ତଙ୍କୁ ଦୁର୍ଲଭ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବା ପରେ ଗତ ଶୁକ୍ରବାର ଅଧରପଣା ଗ୍ରହଣ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ଗତକାଲି ଭକ୍ତଙ୍କଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ସନ୍ଧ୍ୟାରେ ନୀଳକନ୍ଦରକୁ ବିଜେ କରିଥିଲେ ମହାପ୍ରଭୁ। ସନ୍ଧ୍ୟା ଧୂପ ଶେଷ ପରେ ବିଜେ କାହାଳି ବାଜିଥିଲା। ଶ୍ରୀ ସୁଦର୍ଶନ, ଦେବୀ ସୁଭଦ୍ରା, ମହାପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ଶ୍ରୀମନ୍ଦିରକୁ ବିଜେ କରିଥିଲେ।
ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ଭିତରକୁ ବିଜେ କରିବା ବେଳେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଦଇତା ଓ ଦେବଦାସୀଙ୍କ ଭିତରେ ହେଉଥିବା ବଚନିକା କାର୍ଯ୍ୟକୁ ସେବକମାନେ ମିଶି କରିଥିଲେ। ପରେ ଉକ୍ତ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାର ଅଭିମୁଖେ ଯାଇଥିଲେ। ଭଣ୍ଡାର ଘରକୁ ମୁହଁ କରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଖରେ ଠାକୁର ବିଜେ କରିଥିଲେ। ରୁକ୍ମିଣୀ ଓ ଶ୍ରୀଜଗନ୍ନାଥଙ୍କ ବିବାହକାଳୀନ ଗଇଁଠାଳ ଭିତରଚ୍ଛ ଫିଟାଇଥିଲେ। ବନ୍ଦାପନା ଓ ରସଗୋଲା ଭୋଗ ଏହି ସମୟରେ ହୋଇଥିଲା। ଘସା ବିଡିଆ ମଣୋହି ପରେ ଠାକୁର ରତ୍ନ ସିଂହାସନକୁ ବିଜେ କରିଥିଲେ।
ଏହି ଅବସରରେ ପୁରୀରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ପ୍ରଦୀପ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ସରିଗଲେ ଭକ୍ତଙ୍କ ସଂଖ୍ୟା ଆହୁରି ବଢ଼ିଯିବ । ତେଣୁ ସେତେବେଳେ ଭକ୍ତ ଯେପରି ସୁନ୍ଦର ଅନୁଭୂତି ସାଉଣ୍ଟି ଦର୍ଶନ କରି ଫେରିବେ, ସେଥିନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us