/odisha-reporter/media/post_attachments/uploadimage/library/16_9/16_9_0/IMAGE_1682938065.jpg)
Puri Shree Jagannath Temple
ପୁରୀରେ ରଥଯାତ୍ରା ବେଳେ ଡ୍ରୋନ ଉଡ଼ାଣ ଉପରେ ଲାଗିଲା କଟକଣା। ଡ୍ରୋନ ଉଡ଼ାଣ କଟକଣା ନେଇ ଟ୍ୱିଟ୍ ସୂଚନା ଦେଲା ପୁରୀ ପୁଲିସ। ଟ୍ୱିଟ୍ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି। ତେଣୁ ଡ୍ରୋନ ଉଡ଼ାଣ ମନା। ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଣ ମନା। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି। ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି। ଯଦି କେହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ଡ୍ରୋନ ରୁଲ୍ ଅନୁସାରେ ଦଣ୍ଡିତ ହେବେ ବୋଲି ଟ୍ୱିଟ୍ରେ କୁହାଯାଇଛି।
Advertisment
ସୂଚନାରୁ ପ୍ରକାଶ, ଜୁନ୍ ୨୦ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
