Advertisment

ଶନିବାର ସକାଳୁ ଦିନ ଦୁଇ ଯାଏଁ ଶ୍ରୀଜୀଉଙ୍କ ଦର୍ଶନ ମିଳିବନି

ଆଜି ରାତି ୧୦ଟାରୁ ଆସନ୍ତାକାଲି ଅର୍ଥାତ ଶନିବାର ଅପରାହ୍ନ ୨ଟା ଯାଏଁ ଶ୍ରୀମନ୍ଦିରେ ଶ୍ରୀଜୀଉମାନଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ଭିତରେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ହେବ।

Jagannath Temple

Jagannath Temple

Advertisment

ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖ ଦର୍ଶନ କରିପାରିବେ ନାହିଁ ଭକ୍ତ। କାରଣ ଶ୍ରୀମନ୍ଦିର ଭିତରେ ଚାଲିବ ବିଶେଷ ନୀତି। ସ୍ନାନ ପୂର୍ଣ୍ଣିମା ପାଇଁ ଏହି ପୂର୍ବ ପ୍ରସ୍ତୁତି ନୀତି ହେଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ସୂଚନାରେ କୁହାଯାଇଛି, ଆଜି ରାତି ୧୦ଟାରୁ ଆସନ୍ତାକାଲି ଅର୍ଥାତ ଶନିବାର ଅପରାହ୍ନ ୨ଟା ଯାଏଁ ଶ୍ରୀମନ୍ଦିରେ ଶ୍ରୀଜୀଉମାନଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ଭିତରେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ହେବ।

ନୀତି ମୁତାବକ, ସ୍ନାନ ପୂର୍ଣ୍ଣିମା ପାଇଁ ପୂର୍ବରୁ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଦିନ ଦଇତା ସେବକମାନେ ଶ୍ରୀମନ୍ଦିରରେ ଦୀର୍ଘ ଏକ ମାସ କାଳ ବିଶେଷ ନୀତି ଗୋଷ୍ଠୀଗତ ଭାବରେ ସମ୍ପନ୍ନ କରନ୍ତି। ତ୍ରୟୋଦଶୀ ରାତ୍ରରେ ବଡ଼ସିଂହାର ଭୋଗ ପରେ ପହୁଡ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ (ଶ୍ରୀଜୀଉମାନଙ୍କ ମୁଖ ବସ୍ତ୍ରାଚ୍ଛାଦିତ) ହେବା ପରେ ଦଇତାମାନେ ଭିତରକୁ ଯାଇ ବାହୁଟ କଣ୍ଟ କରନ୍ତି। ତତ୍‌ପରେ କୋଠ ସୁଆଁସିଆମାନେ ଚାଳମାଳ ବନ୍ଧା କାର୍ଯ୍ୟ ଆରମ୍ଭ କରନ୍ତି। ଚାରମାଳ ବନ୍ଧା କାର୍ଯ୍ୟ ସମାପନ ପରେ ଚତୁର୍ଦ୍ଦଶୀ ଦିନ ଦଇତାମାନେ ନିଅଁଙ୍କୁ ସେନାପଟା ଲାଗି କରିବେ।

Advertisment
Puri Shreemandir Puri Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe