ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଣାର୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା  କୋଣାର୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରାଯାଇଛି। ବିଶ୍ଵ ଐତିହ୍ୟ ପର୍ଯ୍ୟଟନସ୍ଥଳୀ   କୋଣାର୍କର ପାରିପାର୍ଶ୍ଵିକ ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ଆଜି ପୁରୀ ଜିଲ୍ଲାପାଳ  ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପ୍ରତ୍ନତତ୍ଵ ବିଭାଗ ଜମିରେ ଜବରଦଖଲ କରିଥିବା  ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଚିହ୍ନଟ ହୋଇଥିବା ସାଢେ ତିନି ଏକର ଜମିରେ ଆସ୍ଥାୟୀ ଭାବେ ଥଇଥାନ ପାଇଁ ଓ ବି ସି […]

Konark

Tapas Behera
  • Published: Tuesday, 27 July 2021
  • , Updated: 27 July 2021, 06:21 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା  କୋଣାର୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରାଯାଇଛି। ବିଶ୍ଵ ଐତିହ୍ୟ ପର୍ଯ୍ୟଟନସ୍ଥଳୀ   କୋଣାର୍କର ପାରିପାର୍ଶ୍ଵିକ ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ଆଜି ପୁରୀ ଜିଲ୍ଲାପାଳ  ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପ୍ରତ୍ନତତ୍ଵ ବିଭାଗ ଜମିରେ ଜବରଦଖଲ କରିଥିବା  ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଚିହ୍ନଟ ହୋଇଥିବା ସାଢେ ତିନି ଏକର ଜମିରେ ଆସ୍ଥାୟୀ ଭାବେ ଥଇଥାନ ପାଇଁ ଓ ବି ସି ସି ଦ୍ଵାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜିଲ୍ଲାପାଳ ବୁଲି ଦେଖିଛନ୍ତି।

ଏହି କାର୍ଯ୍ୟକୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏଥିସହ ଥଇଥାନ ସମ୍ପର୍କରେ ଜିଲ୍ଲାପାଳ ଉଠାଦୋକାନି ମାନଙ୍କ ସହ ଆଲୋଚନା କରିଥିଲେ । ପରେ ଚନ୍ଦ୍ରଭାଗା ଠାରୁ କୋଣାର୍କ ଓ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ୪ କିଲୋମିଟର ୫୦୦ ମିଟର ଲମ୍ବରେ ୩୬କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ୬ଲେନ ରୋଡ  ଓ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ମିଟର ଲମ୍ବ ପ୍ରସ୍ତାବିତ ୨ଲେନ ବିଶିଷ୍ଟ ରିଙ୍ଗ ରୋଡ କାର୍ଯ୍ୟ , କୋଣାର୍କ କାକଟପୁର ରାସ୍ତାରେ ନିର୍ମାଣଧୀନ ସ୍ମାର୍ଟ ପାର୍କ କାର୍ଯ୍ୟର ସମୀକ୍ଷା କରିଥିଲେ ଜିଲ୍ଲାପାଳ।

ଚନ୍ଦ୍ରଭାଗା ବେଳାମାର୍ଗ , ବାଙ୍ଗର ମଉଜାରେ ଥିବା ସରକାରୀ ଜମି ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଠାରୁ ତଥ୍ୟ ନେଇଥିଲେ । ଅସ୍ଥାୟୀ ଦୋକାନୀଙ୍କ ଥଇଥାନ ପରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ୩୨ଏକର ଜମିରେ ଓ ବି ସି ସି ଦ୍ଵାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଥିଲେ ।

Related story