Advertisment

ରଥଯାତ୍ରା ପାଇଁ କତା ଶିଳ୍ପୀ ଯୋଗାଇଲେ ରଥ ଦଉଡ଼ି

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଆଜି କତା ନିଗମ ପକ୍ଷରୁ ରଥ ଦଉଡ଼ି ଯୋଗାଇ ଦିଆଯାଇଛି। ଏଥିରେ ୧୪ଟି ରଥଟଣା ଦଉଡ଼ି ରହିଛି। ତା ମଧ୍ୟରେ ରହିଛି ୨୨୦ଫୁଟ ଲମ୍ବ ସହ ୮ଇଞ୍ଚ ଗୋଲେଇ ଦଉଡ଼ି ରହିଛି। ସେହିପରି ୩ଟି ଆଉଟର କର୍ଡନ ଦଉଡ଼ି ରହିଛି, ଯାହାର ଲମ୍ବ ୪୫୦ ଫୁଟ ଏବଂ ୪ ଇଞ୍ଚ ଗୋଲେଇ ରହିଛି। ୧୦୦ ମିଟର ଲମ୍ବର ଇନର କର୍ଡନ ୪ ଇଞ୍ଚ […]

ରଥଯାତ୍ରା ପାଇଁ କତା ଶିଳ୍ପୀ ଯୋଗାଇଲେ ରଥ ଦଉଡ଼ି

rope-for-rathyatra

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଆଜି କତା ନିଗମ ପକ୍ଷରୁ ରଥ ଦଉଡ଼ି ଯୋଗାଇ ଦିଆଯାଇଛି। ଏଥିରେ ୧୪ଟି ରଥଟଣା ଦଉଡ଼ି ରହିଛି। ତା ମଧ୍ୟରେ ରହିଛି ୨୨୦ଫୁଟ ଲମ୍ବ ସହ ୮ଇଞ୍ଚ ଗୋଲେଇ ଦଉଡ଼ି ରହିଛି। ସେହିପରି ୩ଟି ଆଉଟର କର୍ଡନ ଦଉଡ଼ି ରହିଛି, ଯାହାର ଲମ୍ବ ୪୫୦ ଫୁଟ ଏବଂ ୪ ଇଞ୍ଚ ଗୋଲେଇ ରହିଛି। ୧୦୦ ମିଟର ଲମ୍ବର ଇନର କର୍ଡନ ୪ ଇଞ୍ଚ ଗୋଲେଇ ଦଉଡି ରହିଛି। ଏହାକୁ ପୂରା ନିଷ୍ଠାର ସହ ତିଆରି କରିଛନ୍ତି କତା ଶିଳ୍ପୀ।

Advertisment

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ। ଭଉଁରୀରେ ରଥର ଚକ ଡେରା ପରଂପରା ରହିଥିବାରୁ କାମ ଏବେ ଜୋର ସୋରରେ ଚାଲିଛି। ସମୁଦାୟ ୪୨ଟି ଚକ ମଧ୍ୟରୁ ୧୮ଟି ଚକର କାର୍ଯ୍ୟ ଶେଷ ହୋଇଛି। ଏବେ ଅନ୍ୟ ଚକଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି। ଭଉଁରୀ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଗତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ସାନ୍ନ ପୂର୍ଣ୍ଣିମା ନୀତି ବିଧିବିଧାନ ମୁତାବକ କରାଯାଇଥିଲା। ଏଥର ମଧ୍ୟ କରୋନା କଟକଣା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଆସନ୍ତା ଜୁନ୍ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ହାତରେ କମ୍ ସମୟ ରହିଛି। ଏଥର ମଧ୍ୟ ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ।

Advertisment

ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। କରୋନାର ଦ୍ୱିତୀୟ ଲହର ଯୋଗୁ ଏଥର ମଧ୍ୟ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିବ ନାହିଁ। ଅନ୍ୟପକ୍ଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ରହିଛି।

ଏହାରି ଭିତରେ ପୁରୀ ରଥଖଳାରୁ ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ହୋଇଥିବା ବେଳେ ୬ ଜଣ ହେଉଛନ୍ତି ଭୋଇ ସେବାୟତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe