Advertisment

ବୃଦ୍ଧଙ୍କ ହଜି ଯାଇଥିବା ବ୍ୟାଗ୍‌ ଫେରାଇଲେ ଆରପିଏଫ କର୍ମଚାରୀ

ପୁରୀ ( ଓଡ଼ିଶା ରିପୋର୍ଟର): ଟ୍ରେନ୍‌ ସିଟ୍‌ରେ ପଡ଼ିଥିଲା ବ୍ୟାଗ୍‌। ବ୍ୟାଗ୍‌ରେ ଥିଲା ୨୫ ହଜାର ଟଙ୍କା ସମେତ ମୋବାଇଲ ଫୋନ ଏବଂ କାଗଜପତ୍ର । ଏହା କାହାର ବୋଲି ପଚାରି ପଚାରି କିଛି ଉତ୍ତର ପାଇ ନ ଥିଲେ ରେଳବାଇ ପୁଲିସ୍‌ କର୍ମଚାରୀ। ଶେଷରେ ମହାରାଷ୍ଟ୍ରର ଗୋବିନ୍ଦ ମହାତୋ ଉକ୍ତ ବ୍ୟାଗ୍‌ ତାଙ୍କର ବୋଲି କହି ରେଳବାଇ ପୁଲିସ୍‌ଠାରୁ ସମସ୍ତ ଜିନିଷ ସୁରକ୍ଷିତ ପାଇବା ସହ କୃତଜ୍ଞତା ଜଣାଇଛନ୍ତି। ଏପରି ଘଟଣା ଘଟିଯାଇଛି ବିଶ୍ୱ ପ୍ରସିଦ୍ଧ […]

ଅଦ୍ୟତନ ହୋଇଛି
ବୃଦ୍ଧଙ୍କ ହଜି ଯାଇଥିବା ବ୍ୟାଗ୍‌ ଫେରାଇଲେ ଆରପିଏଫ କର୍ମଚାରୀ

puri

Advertisment

ପୁରୀ ( ଓଡ଼ିଶା ରିପୋର୍ଟର): ଟ୍ରେନ୍‌ ସିଟ୍‌ରେ ପଡ଼ିଥିଲା ବ୍ୟାଗ୍‌। ବ୍ୟାଗ୍‌ରେ ଥିଲା ୨୫ ହଜାର ଟଙ୍କା ସମେତ ମୋବାଇଲ ଫୋନ ଏବଂ କାଗଜପତ୍ର । ଏହା କାହାର ବୋଲି ପଚାରି ପଚାରି କିଛି ଉତ୍ତର ପାଇ ନ ଥିଲେ ରେଳବାଇ ପୁଲିସ୍‌ କର୍ମଚାରୀ। ଶେଷରେ ମହାରାଷ୍ଟ୍ରର ଗୋବିନ୍ଦ ମହାତୋ ଉକ୍ତ ବ୍ୟାଗ୍‌ ତାଙ୍କର ବୋଲି କହି ରେଳବାଇ ପୁଲିସ୍‌ଠାରୁ ସମସ୍ତ ଜିନିଷ ସୁରକ୍ଷିତ ପାଇବା ସହ କୃତଜ୍ଞତା ଜଣାଇଛନ୍ତି। ଏପରି ଘଟଣା ଘଟିଯାଇଛି ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସ୍ଥଳ ପୁରୀରେ।

Advertisment

ପୂରା ଘଟଣାଟି ଏହିପରି।  ଗତ ୨୧ ତାରିଖରେ ପୁରୀ- ଅହମଦାବାଦ୍ ଟ୍ରେନ ପୁରୀର ପ୍ଲାଟଫର୍ମ ନଂ ୩ରେ ଲାଗିଥିଲା । ଏହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ଆରପିଏଫ୍ ଷ୍ଟାଫ୍ ଟ୍ରେନରେ ଚଢ଼ିଥିଲେ । ଟ୍ରେନର କୋଚ ନମ୍ବର ୧ର ୩ ନମ୍ବର ସିଟ୍‌ରେ ଗୋଟିଏ ମାଟିଆ ରଙ୍ଗର ବ୍ୟାଗ୍ ଦେଖିବାକୁ ପାଇଥିଲେ ଆରପିଏଫ ଷ୍ଟାଫ ଟି.କେ ମହାପାତ୍ର।

ଏହି ବ୍ୟାଗକୁ ପାଇବା ପରେ ମାଇକ ଯୋଗେ ଘୋଷଣା କରିଥିଲେ ବି କେହି ବ୍ୟାଗକୁ ନେବା ଲାଗି କେହି ପହଞ୍ଚି ନ ଥିଲେ। ଏନେଇ ସେ ନେଇ ଡ୍ୟୁଟି  ଅଫିସର ଏ.କେ ଜେନାଙ୍କୁ ଖବର ଦେଇଥିଲେ। କିଛି ସମୟ ପରେ ମହାରାଷ୍ଟ୍ରର ଗୋବିନ୍ଦ ମହାତୋ ନାମକ ବୃଦ୍ଧ ସେହି ବ୍ୟାଗ ତାଙ୍କର ବୋଲି ଡ୍ୟୁଟି ଅଫିସରଙ୍କୁ କହିଥିଲେ।

Advertisment

ବ୍ୟାଗରେ ୨୫ ହଜାର ଟଙ୍କା ସମେତ ମୋବାଇଲ ଫୋନ ଏବଂ କାଗଜପତ୍ର  ଥିଲା। ରେଳାବାଇ ପୁଲିସ୍‌ ସମସ୍ତ ଜିନିଷ ତାଙ୍କୁ ଫେରାଇଥିଲେ। ଏନେଇ ମହାରାଷ୍ଟ୍ରର ଗୋବିନ୍ଦ ମହାତୋ ରେଳବାଇ ପୁଲିସ୍‌କୁ କୃତଜ୍ଞତା ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe