Advertisment

ମହିଳା ସରପଞ୍ଚଙ୍କ ମୁଣ୍ଡ ଉପରେ ଚଢ଼ିଗଲା ହାଇୱା

ସେ ଆଜି ତାଙ୍କ ଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ମିଶି ନିମାପଡାକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ। ବାହାଘର ଭୋଜି ଖାଇସାରି ଘରକୁ ବୁଲେଟରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Sarpanch killed

Sarpanch killed

Advertisment

ମହିଳା ସରପଞ୍ଚଙ୍କ ମୁଣ୍ଡ ଉପରେ ଚଢ଼ିଗଲା ହାଇୱା। ଆଜି ଅପରାହ୍ନରେ ପୁରୀ ଜିଲ୍ଲା ନିମାପଡା-ବଳଙ୍ଗା ରାସ୍ତାର ଡେଲ୍ଟା ଛକ ନିକଟରେ ଏହି ହାଇୱା ଧକ୍କାରେ ବାଇକ୍‌ରୁ ପଡ଼ି ଯାଇଥିଲେ ସରପଞ୍ଚ। ରାସ୍ତା ଉପରେ ଖସି ପଡ଼ିବା କ୍ଷଣି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିବା ହାଇୱାର ପଛ ଛକା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ସତ୍ୟବାଦୀ ବ୍ଲକ ବୀରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଦୀପା ବେହେରା।

Advertisment

ସେ ଆଜି ତାଙ୍କ ଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ମିଶି ନିମାପଡାକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ। ବାହାଘର ଭୋଜି ଖାଇସାରି ଘରକୁ ବୁଲେଟରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସେ ବାଇକ୍‌ ପଛରେ ବସିଥିଲେ। ବାଟରେ ଏହି ଟ୍ରକ୍‌ ପଛରୁ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ତାଙ୍କ ମୁଣ୍ଡ ଉପରେ ତତ୍‌କ୍ଷଣାତ୍ ଟ୍ରକ ଚଢି ଯାଇଥିଲା। ତେଣୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ତାଙ୍କର ଭାଇ ଓ ସମ୍ପର୍କୀୟ ଅଳ୍ପକେ ବର୍ତ୍ତିଯାଇଥିଲେ।

Advertisment
Sarpanch killedଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଦେଖାଦେଇଥିବା ଉତ୍ତେଜନା।

ଘଟଣାସ୍ଥଳରେ ଟ୍ରକ୍‌ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି। ନିମାପଡ଼ା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ସେପଟେ ଖବର ପାଇ ସରପଞ୍ଚଙ୍କ ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ସମସ୍ତଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି।

Accident People's Sarapanch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe