Advertisment

କାଲି ଗଡ଼ିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌

ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ବୁଧବାର ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ଟ୍ରେନ୍‌ର ପ୍ରଥମ ରହଣୀ ବାରଣାସୀରେ ହେବ।

ଅଦ୍ୟତନ ହୋଇଛି
Tourism Train

Tourism Train

Advertisment

ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ ଜାନୁଆରୀ ୨୫ ତାରିଖରୁ ଗଡ଼ିବ। ଟ୍ରେନ୍‌ଟି ଆଠ ଦିନିଆ ଯାତ୍ରା କରିବ। ଯାହା ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଓ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥାନ ଦେଇ ଯିବ। ରେଳବାଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପାତାକା ଦେଖାଇ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

Advertisment

ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ବୁଧବାର ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ଟ୍ରେନ୍‌ର ପ୍ରଥମ ରହଣୀ ବାରଣାସୀରେ ହେବ। ସେଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର ଓ କରିଡର ପରିଦର୍ଶନ କରିବେ। ଗଙ୍ଗା କୂଳରେ 'ଆଳତୀ'କୁ ଦର୍ଶନ କରିବେ। ଏହା ପରେ ଟ୍ରେନ୍‌ଟି ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିବ। 

ସେଠାରେ ପର୍ଯ୍ୟଟକମାନେ ପ୍ରସିଦ୍ଧ ବୈଦ୍ୟନାଥ ଧାମ ମନ୍ଦିର ପରିଦର୍ଶନ କରିବେ। ଏହା ପରେ ଟ୍ରେନ୍‌ଟି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବ। ଯେଉଁଠାରେ ହୋଟେଲରେ ଦୁଇ ରାତି ଯାତ୍ରୀ ରହିବାର ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ। ପରେ ବସ୍‌ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଉଦୟଗିରି ଗୁମ୍ଫା ଓ ପ୍ରମୁଖ ସ୍ଥାନ ଯିବାର କାର୍ଯ୍ୟକ୍ରମ ରହିଛି। ବିହାରର ଗୟା ଶେଷ ଗନ୍ତବ୍ୟସ୍ଥଳ ହେବ। ଯେଉଁଠାରେ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରାଯିବେ ଶ୍ରଦ୍ଧାଳୁ। ଫେବ୍ରୁଆରୀ ୧ ତାରିଖରେ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଦିଲ୍ଲୀକୁ ଫେରିବ।

Advertisment
Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe