Advertisment

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ପରିବାରର ୬ ଗିରଫ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଚନ୍ଦନପୁର ଥାନା ତଳଜଙ୍ଗ ନଈକୂଳ ସାହିରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୬ ଗିରଫ ହୋଇଛନ୍ତି। ଯୁବତୀଙ୍କ ପରିବାରର ୬ ଜଣଙ୍କୁ ଗିରଫ କରିଛି ପୁରୀ ପୁଲିସ। ଗିରଫ ୬ ଜଣ ହେଲେ ମୃତ ଯୁବତୀଙ୍କ ଭାଇ, ୩ ଜଣ ଦାଦା ଏବଂ ୨ ଜଣ ଦାଦାପୁଅ ଭାଇ। ପୁରୀ ଏସଡିପିଓ କିଶୋର କୁମାର ମୁଣ୍ଡ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି। ଗତକାଲି ମଶାଣିରୁ ମାଟି ଖୋଳି ଯୁବତୀଙ୍କର ଯେଉଁ […]

author-image
Ranjit Kumar Jena
ପୁରୀରେ ଅନର କିଲିଂ; ପ୍ରେମ କରିବାରୁ ଭୋଗିବାକୁ ପଡ଼ିଲା ଏପରି ଦଶା

Honour Killing

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଚନ୍ଦନପୁର ଥାନା ତଳଜଙ୍ଗ ନଈକୂଳ ସାହିରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୬ ଗିରଫ ହୋଇଛନ୍ତି। ଯୁବତୀଙ୍କ ପରିବାରର ୬ ଜଣଙ୍କୁ ଗିରଫ କରିଛି ପୁରୀ ପୁଲିସ। ଗିରଫ ୬ ଜଣ ହେଲେ ମୃତ ଯୁବତୀଙ୍କ ଭାଇ, ୩ ଜଣ ଦାଦା ଏବଂ ୨ ଜଣ ଦାଦାପୁଅ ଭାଇ।

Advertisment

ପୁରୀ ଏସଡିପିଓ କିଶୋର କୁମାର ମୁଣ୍ଡ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି। ଗତକାଲି ମଶାଣିରୁ ମାଟି ଖୋଳି ଯୁବତୀଙ୍କର ଯେଉଁ ହାଡ଼ ଜବତ କରାଯାଇଥିଲା, ତାର ଫରେନସିକ୍ ଟେଷ୍ଟ କରାଯିବ ବୋଲି ଏସଡିପିଓ କହିଛନ୍ତି। ଯୁବତୀ ଜଣକ ଆତ୍ମହତ୍ୟା ପରେ ପରିବାର ଲୋକେ ପୋଡ଼ି ଦେଇଥିଲେ। ଏହାପରେ ପରିବାର ଲୋକେ ପୁଲିସକୁ ନଜଣାଇ ତରବରିଆ ଭାବେ ମୃତଦେହ ପୋଡ଼ି ଦେଇଥିବାରୁ ମାମଲା ରୁଜୁ କରିଥିଲା ପୁଲିସ୍।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଯୁବତୀ ଜଣକ ଅନର କିଲିଂ ଲିଙ୍କର ଶିକାର ହୋଇଛନ୍ତି କି ନାହିଁ, ତା’ର ତଦନ୍ତ କରିବ ପୁଲିସ୍। ତେବେ ପ୍ରାଥମିକ ତଦନ୍ତରୁ ଅନର କିଲିଂ ଆଶଙ୍କାକୁ ଖଣ୍ଡନ କରିଛନ୍ତି ପୁରୀ ଏସଡିପିଓ।

Advertisment

ସୂଚନା ଅନୁଯାୟୀ, ଯୁବତୀଜଣକ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ପରେ ଦୁହେଁ ଫେରାର ହୋଇ ଯାଇଥିଲେ। ଥାନାରେ ଏତଲା ଦିଆଯିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଯୁବତୀଙ୍କୁ ମାରପିଟ୍ କରିବା ସହ ନିର୍ଯାତନା ଦେଉଥିବା ନେଇ ଗାଁ ଲୋକ ଅଭିଯୋଗ କରିଥିଲେ। ଯାହା ପରେ ଶନିବାର ପରିବାର ଲୋକ ଝିଅକୁ ପୋଡ଼ି ତରବରିଆ ଭାବେ ପୋତି ଦେଇଥିବା ଜଣାଯାଇଛି।