Advertisment

ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀବିଜେ

ପୁରୀ (ଓଡ଼ିଶା ରିପୋର୍ଟର): ସରି ସରି ଆସୁଛି ଘୋଷ ଯାତ୍ରା। ଆଜି ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥରେ ଠାକୁରମାନଙ୍କ ଅଧର ଉଚ୍ଚର ତିନିଟି ଲେଖାଏଁ ମୋଟ ୯ଟି ମାଟିହାଣ୍ଡି ରଖାଯାଇ ସେଥିରେ ସ୍ୱାଦିଷ୍ଟ ପଣା ପ୍ରସ୍ତୁତ କରାଯାଇଥିଲା। ଏହି ପଣାରେ ସୁସ୍ୱାଦୁ ଓ ସୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର, ଗୋଲମରିଚ, ଛାଚି, ଜାଇଫଳ ଆଦି ସାମଗ୍ରୀ ବ୍ୟବହାର ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, […]

ଅଦ୍ୟତନ ହୋଇଛି
ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀବିଜେ

adharapana-niti

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ସରି ସରି ଆସୁଛି ଘୋଷ ଯାତ୍ରା। ଆଜି ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥରେ ଠାକୁରମାନଙ୍କ ଅଧର ଉଚ୍ଚର ତିନିଟି ଲେଖାଏଁ ମୋଟ ୯ଟି ମାଟିହାଣ୍ଡି ରଖାଯାଇ ସେଥିରେ ସ୍ୱାଦିଷ୍ଟ ପଣା ପ୍ରସ୍ତୁତ କରାଯାଇଥିଲା। ଏହି ପଣାରେ ସୁସ୍ୱାଦୁ ଓ ସୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର, ଗୋଲମରିଚ, ଛାଚି, ଜାଇଫଳ ଆଦି ସାମଗ୍ରୀ ବ୍ୟବହାର ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପକ୍ଷରୁ ଏ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।

Advertisment

ଏହି ପଣାକୁ ତିନି ଠାକୁରଙ୍କୁ ଅର୍ପଣ ପରେ ଭକ୍ତଙ୍କୁ ଦିଆନଯାଇ ରଥ ଉପରେ ହାଣ୍ଡି ଭାଙ୍ଗି ଦିଆଯାଇଥିଲା। ଯାହାକୁ ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡିଚାମଣ୍ଡା ପାଇ ଧନ୍ୟ ମନେ କରିବାର ବିଶ୍ୱାସ ରହିଛି। ଆସନ୍ତାକାଲି ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ନିଳାଦ୍ରୀବିଜେ।

ସୁଆର ସେବାୟତ ମାନେ ଏହି ପଣା ପ୍ରସ୍ତୁତ କରିଥିବା ବେଳେ ପୂଜାପଣ୍ଡା ସାମନ୍ତ ଲାଗି କରିଥିଲେ। ବିଶ୍ୱାସ ରହିଛି ଅସରିରି, ଚଣ୍ଡୀ, ଚାମୁଣ୍ଡା, ରଥରେ ଥିବା ପାର୍ଶ୍ଵଦେବାଦେବୀ ଓ ଅନେକ ଅତୃପ୍ତ ମାନେ ରଥରେ ରହିଥାନ୍ତି। ସେମାନେ ଏହି ଅଧର ହାଣ୍ଡି ଭଙ୍ଗା ପରେ ରଥରେ ଗଡ଼ୁଥିବା ଜଳ ପାଇଁ ତୃପ୍ତ ହୋଇଥାନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାନୟନ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି। ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ।

Advertisment
Adharapana Niti Rathayatra 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe