ପୁରୀ(ଓଡ଼ିଶା ରିପୋର୍ଟର):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ନୂତନ ଏସଓପି ଜାରି ହେବା ପରେ ଭକ୍ତଙ୍କ ଲାଗି ଆସନ୍ତା ମେ'ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆଜି ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଶ୍ରୀମନ୍ଦିରକୁ ସାନିଟାଇଜ କରିଛନ୍ତି।
ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଶ୍ରୀମନ୍ଦିର ବାହାର ପାର୍ଶ୍ଵରେ ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଆଦିକୁ ବିଶୋଧନ କରିଥିବା ବେଳେ ଅନ୍ୟ ଟିମ୍ ହ୍ୟାଣ୍ଡ ସ୍ପ୍ରେ ମାଧ୍ୟମରେ ଶ୍ରୀମନ୍ଦିର ଭିତର ପାର୍ଶ୍ଵରେ ଆନନ୍ଦବଜାର, ସ୍ନାନ ବେଦୀ, କୀର୍ତ୍ତନ ଚକଡା, ବାଇଶି ପାବଚ୍ଛ ଆଦି ସ୍ଥାନକୁ ସାନିଟାଇଜ କରିଛନ୍ତି । ଏବେ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀମନ୍ଦିରରେ ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ତଥାପି ସେବାୟତ ମାନେ ସଚେତନ ନରହିଲେ ବିପଦର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।
Miscellaneous
ଏଥର ପଞ୍ଚୁକ ଚାରିଦିନ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଥିବାରୁ ପୁରୀରେ ଜମିବ ଅସମ୍ଭାଳ ଭିଡ଼। ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ପୁରୀ ପ୍ରଶାସନ।
Miscellaneous
ପୁରୀ ବେଳାଭୂମିରୁ ମଣିଷ କଙ୍କାଳ ଉଦ୍ଧାର
ଏହା ଜଣେ ପୁରୁଷ କଙ୍କାଳ ବୋଲି ସେଠାରେ ମିଳିଥିବା ସାର୍ଟରୁ ଅନୁମାନ କରାଯାଉଛି।
Crime
ସ୍ୱାମୀଙ୍କୁ ପିଟି କଣ୍ଟାବୁଦାକୁ ଫିଙ୍ଗି ଦେଲେ, ସ୍ତ୍ରୀଙ୍କୁ ଦୁଷ୍କର୍ମ କଲେ
ଗତକାଲି ରାତି ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି।
Crime
ସାକ୍ଷୀଗୋପୀନାଥଙ୍କ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଚୋରି, ୨ ଗିରଫ
ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଚୋର ପ୍ରବେଶ କରିଥିବା ବେଳେ ରୋଷଶାଳା ପାଚେରୀ ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।