/odisha-reporter/media/post_attachments/uploadimage/library/16_9/16_9_0/IMAGE_1674526373.jpg)
puri temple
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ସିଂହଦ୍ୱାର ସମ୍ମୁଖରୁ ଶ୍ରୀନଅର ପର୍ଯ୍ୟନ୍ତ ବନ୍ଦ ଥିବା ରାସ୍ତା ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ, ପୁରୀର ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକ ଏହି ରାସ୍ତାରେ ପାଦରେ ଚାଲି ଚାଲି ଯାଇ ପାରିବେ। କିନ୍ତୁ ଏହି ରାସ୍ତା ଦେଇ କୌଣସି ଯାନବାହାନ ଚଳାଚଳ କରି ପାରିବ ନାହିଁ। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ଜାନୁଆରୀ ୬ ତାରିଖରୁ ଏହା ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିଲା।
Advertisment
ବରିଷ୍ଠ ସେବାୟତ ହଜୁରୀ କୁଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ବହୁତ କଷ୍ଟରେ ଲୋକେ ଯିବା ଆସିବା କରୁଛନ୍ତି। ଗୋଟିଏ ପାହାଡ଼ରୁ ଖସି ଅନ୍ୟ ପାହାଡ଼କୁ ଚଢ଼ିଲା ଭଳି ଲାଗୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
