Advertisment

ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଡିଜେ ମାଲିକଙ୍କ ଆକ୍ରମଣରେ ଆଖି ବୁଜିଲେ ଟେଣ୍ଟ ମାଲିକ

କୋଣାର୍କ(ସଞ୍ଜୟ ପତି): ବାହାଘର ପ୍ରୋସେସନ ବେଳେ ଘଟିଗଲା ତୁମୁଳ କାଣ୍ଡ । ସାମାନ୍ୟ ବଚସାରୁ ହେଲା ରକ୍ତପାତ । ଟେଣ୍ଟ କପଡ଼ା ଚିରିବା ଘଟଣାକୁ ନେଇ ମୁହାଁମୁହିଁ ହେଲେ ଟେଣ୍ଟ ମାଲିକ ଓ ଡିଜେ ମାଲିକ । ଘଟଣା ଉଗ୍ର ରୂପ ଧାରଣ କରିବାରୁ ଡିଜେ ମାଲିକ ଓ ତାଙ୍କର କିଛି କର୍ମଚାରୀଙ୍କ ଆକ୍ରମଣରେ ଆଖି ବୁଜିଲେ ଟେଣ୍ଟ ମାଲିକ । ଏଭଳି ଅଭାବନୀୟ ଘଟଣା ପୁରୀ ଗୋପ ଥାନା ବାଲିକନ୍ଦଳ ଗାଁରେ ଗତ ରାତିରେ ଘଟିଛି। […]

author-image
Niharika Rout
ଅଦ୍ୟତନ ହୋଇଛି
ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଡିଜେ ମାଲିକଙ୍କ ଆକ୍ରମଣରେ ଆଖି ବୁଜିଲେ ଟେଣ୍ଟ ମାଲିକ

road-block

କୋଣାର୍କ(ସଞ୍ଜୟ ପତି): ବାହାଘର ପ୍ରୋସେସନ ବେଳେ ଘଟିଗଲା ତୁମୁଳ କାଣ୍ଡ । ସାମାନ୍ୟ ବଚସାରୁ ହେଲା ରକ୍ତପାତ । ଟେଣ୍ଟ କପଡ଼ା ଚିରିବା ଘଟଣାକୁ ନେଇ ମୁହାଁମୁହିଁ ହେଲେ ଟେଣ୍ଟ ମାଲିକ ଓ ଡିଜେ ମାଲିକ । ଘଟଣା ଉଗ୍ର ରୂପ ଧାରଣ କରିବାରୁ ଡିଜେ ମାଲିକ ଓ ତାଙ୍କର କିଛି କର୍ମଚାରୀଙ୍କ ଆକ୍ରମଣରେ ଆଖି ବୁଜିଲେ ଟେଣ୍ଟ ମାଲିକ । ଏଭଳି ଅଭାବନୀୟ ଘଟଣା ପୁରୀଗୋପ ଥାନା ବାଲିକନ୍ଦଳ ଗାଁରେ ଗତ ରାତିରେ ଘଟିଛି। ମୃତକ ହେଲେ ଏରବଙ୍ଗ ଗ୍ରାମର  ଲିପନ ପ୍ରଧାନ ।  ଉତ୍ତ୍ୟକ୍ତ ଲୋକେ ବାଲିକନ୍ଦଳଠାରେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । 

Advertisment

ଗତକାଲି ରାତିରେ ନିମାପଡ଼ାରୁ ଏକ ବରଯାତ୍ରୀ ଦଳ ଗୋପ ଥାନା ବେଦପୁରର ବାଲିକନ୍ଦଳ ଗାଁକୁ ଆସିଥିଲେ । ହେଲେ କନ୍ୟା ଘରେ ପହଞ୍ଚିବା ପୂର୍ବରୁ   ଡିଜେ ଗାଡ଼ି ବାଜି ଗାଁର ଅନ୍ୟ ଏକ ସ୍ଥାନରେ ହେଉଥିବା ବିବାହ ଭୋଜିର ଟେଣ୍ଟ କପଡ଼ା ଚିରି ଯାଇଥିଲା। ଏହାଦେଖି ଉତ୍ତ୍ୟକ୍ତ ଟେଣ୍ଟ ମାଲିକ ସୁଯୋଗ ଅପେକ୍ଷାରେ ଥିଲେ। ନିର୍ଦ୍ଧାରିତ ସ୍ଥାନରେ ବାହାଘର ପ୍ରୋସେସନ ସରିବା ପରେ ଡିଜେ ଗାଡ଼ି ଫେରି ଆସିଥିଲା। ଫେରିବା ସମୟରେ ଟେଣ୍ଟ ମାଲିକ ଲିପନ ପ୍ରଧାନ  ଡିଜେ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଡିଜେ ମାଲିକ ଓ କର୍ମଚାରୀଙ୍କ ସହ ତାଙ୍କର ବଚସା ହେବା ସହ କଥା ଉଗ୍ର ରୂପ ଧାରଣ କରିଥିଲା।

[caption id="attachment_729440" align="aligncenter" width="650"]family ଶୋକାକୂଳ ପରିବାର।[/caption]

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ଡିଜେ ମାଲିକ ଓ ତାଙ୍କର କିଛି କର୍ମଚାରୀ ଲିପନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।  ଲିପନଙ୍କ ଶରୀରରେ ଏକାଧିକ ଚୋଟ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ  ଲିପନ ପ୍ରଧାନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରୁ ଡିଜେ ଗାଡି ଜବତ କରି  ଗୋପ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଲିପନଙ୍କ ଘର ନିକଟସ୍ଥ ଏରବଙ୍ଗ ଗ୍ରାମରେ ବୋଲି ଜଣାପଡିଛି ।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବାଲିକନ୍ଦଳଠାରେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ପୁଲିସ୍‌ ପହଞ୍ଚି ବୁଝାଶୁଝା କରିଥିଲେ ବି ଉତ୍ତେଜନା ପ୍ରଶମିତ ହୋଇ ନ ଥିବା ଜଣାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Murder