Advertisment

ପ୍ରଚଣ୍ଡ ବିସ୍ଫୋରଣରେ ବାଣ ଗୋଦାମ ଛିନ୍‌ଛତ୍ର

କୋଣାର୍କ(ଓଡ଼ିଶା ରିପୋର୍ଟର): ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିରେ ଥିବା ବାଣ ଗୋଦାମରେ ନିଆଁ ଲାଗିଛି । ପ୍ରଚଣ୍ଡ ବିସ୍ଫୋରଣ ସହ ଜଳିଯାଇଛି ବାଣ ଗୋଦାମ। ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ତେବେ ନିଆଁ ଏତେ ଜୋରରେ ଲାଗିଥିଲା ଯେ, ଆୟତ୍ତ କରିଥିଲେ ୫ଟି ଦମକଳ ବାହିନୀ । ଆଜି ଦିନ ପ୍ରାୟ ୧୧ଟା ୪୫ ମିନିଟ୍‌ରେ ବ୍ରହ୍ମକୁଣ୍ଡି ଗାଁ କେନାଲ ବନ୍ଧ ପାଖରେ ଥିବା […]

ଅଦ୍ୟତନ ହୋଇଛି
ପ୍ରଚଣ୍ଡ ବିସ୍ଫୋରଣରେ ବାଣ ଗୋଦାମ ଛିନ୍‌ଛତ୍ର

ban

Advertisment

କୋଣାର୍କ(ଓଡ଼ିଶା ରିପୋର୍ଟର): ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିରେ ଥିବା ବାଣ ଗୋଦାମରେ ନିଆଁ ଲାଗିଛି । ପ୍ରଚଣ୍ଡ ବିସ୍ଫୋରଣ ସହ ଜଳିଯାଇଛି ବାଣ ଗୋଦାମ। ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ତେବେ ନିଆଁ ଏତେ ଜୋରରେ ଲାଗିଥିଲା ଯେ, ଆୟତ୍ତ କରିଥିଲେ ୫ଟି ଦମକଳ ବାହିନୀ ।

Advertisment

ଆଜି ଦିନ ପ୍ରାୟ ୧୧ଟା ୪୫ ମିନିଟ୍‌ରେ ବ୍ରହ୍ମକୁଣ୍ଡି ଗାଁ କେନାଲ ବନ୍ଧ ପାଖରେ ଥିବା ସେହି ଗାଁର ବାଇଧର ନାୟକଙ୍କ ବାଣ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବାଣୁଆ ମାନେ ବାଣ ଭିଡ଼ୁଥିବା ବେଳେ ହଠାତ୍ ଗୋଦାମରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା ।

ଏହାପରେ ଘଟଣାସ୍ଥଳରୁ ତାଙ୍କ ପରିବାର ଲୋକ ଓ କର୍ମଚାରୀ ଦୌଡ଼ି ପଳାଇଥିଲେ । ହେଲେ ଚାହୁଁ ଚାହୁଁ ୨ ଘଣ୍ଟା ଭିତରେ ବାଣ ଗୋଦାମ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ବିସ୍ଫୋରଣ ଶବ୍ଦ ଏପରି ଥିଲା ଯେ, ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ନିମାପଡ଼ା ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି କେମିତି ନିଆଁ ଲାଗିଲା, ତଦନ୍ତ ଆରମ୍ଭ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe