Advertisment

‘ତୁମ ପାଇଁ ଆମ ଆଦର୍ଶ ସ୍କୁଲ କପି ସେଣ୍ଟର ବୋଲି ବଦନାମ ହେଲା’, ପ୍ରଧାନଶିକ୍ଷକଙ୍କୁ ବିଦା କଲେ ଗାଁ ଲୋକେ

ପୁରୀ ଜିଲ୍ଲା ନିମାପଡା ବ୍ଲକ ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଏଭଳି କହି ସ୍କୁଲ ଫାଟକରୁ ବିତାଡିତ କରିଦେବାର ଭିଡିଓ ଆଜି ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
the headmaster restrict to enter

the headmaster restrict to enter

Advertisment

ତୁମ ପାଇଁ ଆମ ଆଦର୍ଶ ସ୍କୁଲ ସାରା ଓଡ଼ିଶାରେ ବଦନାମ ହେଲା। ଆମ ସ୍କୁଲ କପି ସେଣ୍ଟର ବୋଲି ଡିବିଡିବି ହୋଇ ସବୁଠି ବାଜିଲା। ଆଉ ଏଠାକୁ ପିଲାଙ୍କୁ ପାଠପଢ଼ାଇବାକୁ ଅଭିଭାବକମାନେ ପଠାଇବେ ତ? ତୁମ କୁହ ? ତମେ ଯାଅ, ଆମ ସ୍କୁଲକୁ ଆସନି। ଆମ ପିଲାଙ୍କ ଭବିଷ୍ୟତ ଖରାପ ହେବ। ପୁରୀ ଜିଲ୍ଲା ନିମାପଡା ବ୍ଲକ ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଏଭଳି କହି ସ୍କୁଲ ଫାଟକରୁ ବିତାଡିତ କରିଦେବାର ଭିଡିଓ ଆଜି ଭାଇରାଲ ହୋଇଛି। ଯାହା ପୁଣି ଆଲୋଚନାର ବିଷୟ ହୋଇଛି।

Advertisment

ସୂଚନା ଥାଉକି, ପୁରୀ ଜିଲ୍ଲା ନିମାପଡା ବ୍ଲକରେ ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଓପନ ସ୍କୁଲର ୮୫ ଜଣ ବୟସ୍କ ପିଲା ସେକେଣ୍ଡାରୀ ବୋର୍ଡ ମାଧ୍ୟମରେ ଫର୍ମଫିଲପ କରିବା ପରେ ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟ ମୁକ୍ତ ବିଦ୍ୟାଳୟ ସେଣ୍ଟରରେ ମେଟ୍ରିକ ପରୀକ୍ଷା ଦେଉଥିଲେ। ଏହି ପରୀକ୍ଷା ବେଳେ କପି ପାଇଁ ପରୀକ୍ଷାର୍ଥୀମାନେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗରାଜ ରଥଙ୍କ ସହ କପି ଯୋଗାଇବାର ମୁଲଚାଲ କରୁଥିବା ଅଡିଓ ଭାଇରାଲ ହୋଇଥିଲା।

ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ଏହି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ହୋଇଥିବା ଶ୍ରୀ ରଥଙ୍କ ସମେତ ଡେପୁଟି ସୁପରିଟେଣ୍ଡେଣ୍ଟ ଓ ସମସ୍ତ ପରୀକ୍ଷା ନିରୀକ୍ଷାକଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଦାୟିତ୍ୱର ନିବୃତ କରାଯାଇଥିଲା। ସେମାନଙ୍କ ସ୍ଥାନରେ ନୂଆ ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ ଓ ଅନ୍ୟ ନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହି ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରାଯାଉଥିବା ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରୀ ମତ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ତଦନ୍ତରେ କ’ଣ ବାହାରିଲା ସ୍ପଷ୍ଟ କରାଯାଇନି।

Advertisment

ସେପଟେ ମାଟ୍ରିକ ପରୀକ୍ଷା ସରିବା ପରେ ଆଜି ପ୍ରଧାନଶିକ୍ଷକ ହରିପୁର ଆଦର୍ଶ ବିଦ୍ୟାଳୟକୁ କାମରେ ଯୋଗଦେବା ନିମନ୍ତେ ଯାଇଥିଲେ। ହେଲେ ସ୍କୁଲକୁ ବଦନାମ କରିବାରେ ତାଙ୍କ ହାତ ରହିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ବାଟ ରୋକିଥିଲେ। ଏପରିକି ସ୍କୁଲକୁ ପୂରାଇ ଦେଇ ନ ଥିଲେ।

ବିରୋଧ କରୁଥିବା ଲୋକଙ୍କୁ ବସି ଆଲୋଚନା କରିବା ବୋଲି ପ୍ରଧାନଶିକ୍ଷକ ଭିଡିଓରେ କହୁଥିବା ଶୁଣାଯାଉଛି। ହେଲେ ତୁମେ ଆଉ ଏଠି ବସିପାରିବନି ବୋଲି ଅଭିଭାବକମାନେ ସିଧାସଳଖ ପ୍ରଧାନଶିକ୍ଷକଙ୍କୁ ଶୁଣାଇ ଦେଉଛନ୍ତି। ସେପଟେ କପି ଯୋଗାଇ ଦେବା ସମୟର ଭାଇରାଲ ଅଡିଓ ମୋର ବୋଲି ପ୍ରଧାନଶିକ୍ଷକ ସ୍ୱୀକାର କରିବା ସହ ତାଙ୍କୁ ଫସାଇବା ନିମନ୍ତେ କେହି ଏହି ଷଡ଼ଯନ୍ତ୍ର କରିଥିବା କହୁଛନ୍ତି। ପଞ୍ଚାୟତ ଓ ଲୋକଙ୍କ ସମ୍ମାନହାନୀ ନିମନ୍ତେ ଭୁଲ ମାଗୁଛନ୍ତି।

ଯାହା ଶୁଣିବା ପରେ ଲୋକେ ପ୍ରଧାନଶିକ୍ଷାକଙ୍କୁ ବିରୋଧ କରୁଛନ୍ତି। ଏହି ଭିଡିଓ ଏବେ ପୁଣି ସୋସିଆଲ ମେଡିଆରେ ଭାଇରାଲ ହୋଇଛନ୍ତି। ଯାହା ପରେ ପ୍ରଧାନଶିକ୍ଷକ ଶ୍ରୀ ରଥ ପୁଣି ହଟହଟା ହୋଇଛନ୍ତି। ତେବେ ଏନେଇ ପ୍ରଧାନଶିକ୍ଷକ କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Matric Exam Copy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe