Advertisment

ଅପେକ୍ଷା କରିଛି ତିନି ରଥ: ଆସିବେ ଭଗବାନ, ଆସିବେନି ଭକ୍ତ...

ପୁରୀ(ଓଡ଼ିଶା ରିପୋର୍ଟର) ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ।  ସାଆନ୍ତ କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଆସନ୍ତାକାଲି ଅପରାହ୍ଣ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଏଥିପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ସିଂହଦ୍ୱାର ଆଗରେ ତିନିଠାକୁରଙ୍କ ଅପେକ୍ଷାରେ ତିନି ରଥ।  କେତେବେଳେ […]

author-image
Tapas Behera
ଅଦ୍ୟତନ ହୋଇଛି
ଅପେକ୍ଷା କରିଛି ତିନି ରଥ: ଆସିବେ ଭଗବାନ, ଆସିବେନି ଭକ୍ତ...

780

ପୁରୀ(ଓଡ଼ିଶା ରିପୋର୍ଟର) ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ।  ସାଆନ୍ତ କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଆସନ୍ତାକାଲି ଅପରାହ୍ଣ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

Advertisment

ଏଥିପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ସିଂହଦ୍ୱାର ଆଗରେ ତିନିଠାକୁରଙ୍କ ଅପେକ୍ଷାରେ ତିନି ରଥ।  କେତେବେଳେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହେବେ ଜଗତ ଠାକୁର । ପରମ୍ପରା ମୁତାବକ ଆଜି ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ପୂଜାପଣ୍ଡା ସେବାୟତମାନେ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ବିଜେ କରାଇଥିଲେ । ଏହା ପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା ତିନି ରଥ ଡାହୁକଙ୍କ ବୋଲି, ଘଣ୍ଟୁଆଙ୍କ ଘଣ୍ଟ ଧ୍ୱନିରେ ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଭିଡ଼ି ଆଣିଥିଲେ ସେବାୟତ। ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ପ୍ରସ୍ତୁତି।  ଆଗକୁ ବଢୁଥିଲା ତ ଜଗଦଗୁରୁ ଶଙ୍କରାଚାଯର୍ୟଙ୍କ ପାଖକୁ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଏପଟେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ସଂପୂର୍ଣ୍ଣ ପ୍ରସ୍ତୁତ ପୁଲିସ ପ୍ରଶାସନ । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ।  ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ। ଏପରିକି ବଡ଼ଦାଣ୍ଡ କଡ଼ରେ ଥିବା ଘର ଛାତ ଉପରୁ ବି ଦର୍ଶନକୁ ବାରଣ କରାଯାଇଛି । ଅପରପକ୍ଷେ ପୁଲିସ ଡିଜି ଆଜି ପୁରୀ ଯାଇ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

Advertisment

ଗତଥର ଭଳି ଏଥର ବି ସେବାୟତ ଟାଣିବେ ତିନି ରଥ । ଏଥିପାଇଁ ପ୍ରତି ରଥ ପିଛା ୫ ଶହ ଲେଖାଏଁ ସେବାୟତ ରହିବେ । ଖୋଦ୍ ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସ୍ପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ । ବିଳମ୍ବିତ ରାତିରେ ସେନାପଟା ଲାଗି ସରିବା ପରେ ଭୋର ସାଢ଼େ ୪ଟାରେ ହେବ ମଙ୍ଗଳ ଆଳତୀ ସକାଳ ୮ଟାରେ ରଥ ପ୍ରତିଷ୍ଠା ପରେ ସାଢ଼େ ୮ଟାରେ ଆରମ୍ଭ ହେବ ପହଣ୍ଡି । ସାଢ଼େ ୧୧ଟାରେ ପହଣ୍ଡି ସରିବା ପରେ ୧୨ଟା ୪୫ରୁ ୨ଟା ଭିତରେ ଛେରାପହଁରା ଓ ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥଟଣା ।