Advertisment

ଭଣଜାଙ୍କ ନିର୍ବନ୍ଧ ସାରି ଫେରୁଥିବା ବେଳେ ପିଟି ଦେଲା ବସ୍‌, ମାମୁ-ମାଇଁ ମୃତ

ଏହି ଦୁର୍ଘଟଣାରେ ମୋଟ ୩ ଜଣଙ୍କ ଜୀବନ ଯାଇଛି।

Dead

Dead

Advertisment

ପୁରୀ ଓମ୍‌କାରେଶ୍ୱର ଛକ ନିକଟରେ ଏକ ସ୍କୁଟିକୁ ବସ୍‌ଟିଏ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି।

Advertisment

ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ସତ୍ୟନାରାୟଣ ଦାସ (୫୫) ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାସ (୫୦) ଏବଂ ପୁରୀର ରାକେଶ ନନ୍ଦ।

ସତ୍ୟନାରାୟଣ ତାଙ୍କ ଭଣଜାଙ୍କ ନିର୍ବନ୍ଧରେ ଯୋଗ ଦେବାକୁ ପତ୍ନୀ ଗାୟତ୍ରୀଙ୍କ ସହିତ ପୁରୀ ଶଙ୍କରେଶ୍ୱର ମନ୍ଦିରକୁ ଆସିଥିଲେ। ନିର୍ବନ୍ଧ ଶେଷ ହେବା ପରେ ସେମାନେ ସେଠାରେ ଭୋଜନ କରିଥିଲେ। ତା’ପରେ ଭଣଜାଙ୍କ ସାଙ୍ଗ ରାକେଶ ନନ୍ଦଙ୍କ ସ୍କୁଟିରେ ବସି ସେମାନେ ସେଠାରୁ ଫେରୁଥିଲେ।

Advertisment

ସେମାନେ ଜାତୀୟ ରାଜପଥ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇବା ପରେ ବସ୍‌ ଡ୍ରାଇଭର ବାସେଳି ସାହି ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Puri Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe