Advertisment

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ

ପୁରୀ(ଓଡ଼ିଶା ରିପୋର୍ଟର) ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ । ଭଉଁରୀରେ ରଥର ଚକ ଡେରା ପରଂପରା ରହିଥିବାରୁ ଜୋର ସୋରରେ ଚାଲିଛି କାମ । ସମୁଦାୟ ୪୨ ଟି ଚକ ମଧ୍ୟରୁ ୧୮ ଟି ଚକର କାର୍ଯ୍ୟ ଶେଷ ହୋଇଛି । ଏବେ ଅନ୍ୟ ଚକ ଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି। ଭଉଁରୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋଭିଡ୍ […]

ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା

puri

Advertisment

ପୁରୀ(ଓଡ଼ିଶା ରିପୋର୍ଟର) ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ । ଭଉଁରୀରେ ରଥର ଚକ ଡେରା ପରଂପରା ରହିଥିବାରୁ ଜୋର ସୋରରେ ଚାଲିଛି କାମ । ସମୁଦାୟ ୪୨ ଟି ଚକ ମଧ୍ୟରୁ ୧୮ ଟି ଚକର କାର୍ଯ୍ୟ ଶେଷ ହୋଇଛି । ଏବେ ଅନ୍ୟ ଚକ ଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି। ଭଉଁରୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Advertisment

କୋଭିଡ୍ କଟକଣା ଭିତରେ ରୀତିନୀତି ସଂପନ୍ନ କରିବା ପାଇଁ ଅଧିକ ପୁଲିସ ମୁତୟନ କରାଯିବ। ଏଥିସହ ଜନ ସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ପୁରୀ ଏସ୍ପି । ସେହିପରି ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁଲିସ ପକ୍ଷରୁ ପ୍ରଥମ ବୈଠକ ହୋଇଛି । ଭଉଁରୀ ପରମ୍ପରା ଅନୁଯାୟୀ ଏହି ତିଥିରେ ତିନି ରଥର ଚକ ଅଖ ଡ଼େରା କାର୍ଯ୍ୟ ସମ୍ପନ୍ନ ହେବ।

ସେଥିପାଇଁ ତିନିଟି ରଥର ତିନିଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ବେଳେ ଅନ୍ୟ ଅଖ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ତା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିବେ । ଏହା ପରେ ବିଶ୍ୱକର୍ମାମାନେ ଭୋଇ ସେବାୟତଙ୍କ ସହଯୋଗରେ ଚକ ଅଖ ଡ଼େରା କାର୍ଯ୍ୟ ସଂପନ୍ନ କରିବେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe