Advertisment

ରାତି ପାହିଲେ ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ଜଗିଛନ୍ତି ୩୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ

ଆଜି ଷଷ୍ଠୀରେ ଶ୍ରଦ୍ଧାଳୁମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ମଧ୍ୟାହ୍ନରୁ ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ କୋଣାର୍କଠାରୁ ଆରମ୍ଭ କରି ଭୁବନେଶ୍ୱର-କୋଣାର୍କ ରାସ୍ତା ଓ ପୁରୀ-କୋଣାର୍କ ରାସ୍ତାରେ ସବୁ ସ୍ଥାନରେ ପୁଲିସ୍‌ ମୁତୟନ ହୋଇଛନ୍ତି।

Chandrabhaga

Chandrabhaga

Advertisment

ରାତି ପାହିଲେ ପବିତ୍ର ମାଘ ସପ୍ତମୀ। ଶନିବାର ପ୍ରତ୍ୟୁଷରୁ ପ୍ରସିଦ୍ଧ ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ। ସେଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଳାକୁ ଜଗିଛନ୍ତି ୩୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ।

Advertisment

ମହାମାରୀ କରୋନା ହଟିବା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚନ୍ଦ୍ରଭାଗାରେ ବୁଡ ହେବ। ତେବେ ଚନ୍ଦ୍ରଭାଗା ବୁଡ଼କୁ ଶୃଙ୍ଖଳିତ କରିବା ପାଇଁ ଆଜି ପୁରୀ ଏସ୍‌ପି କନ୍ୱର ବିଶାଳ ସିଂ ଚନ୍ଦ୍ରଭାଗା ତୀର୍ଥ ନିକଟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଜି ଷଷ୍ଠୀରେ ଶ୍ରଦ୍ଧାଳୁମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ମଧ୍ୟାହ୍ନରୁ ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ କୋଣାର୍କଠାରୁ ଆରମ୍ଭ କରି ଭୁବନେଶ୍ୱର-କୋଣାର୍କ ରାସ୍ତା ଓ ପୁରୀ-କୋଣାର୍କ ରାସ୍ତାରେ ସବୁ ସ୍ଥାନରେ ପୁଲିସ୍‌ ମୁତୟନ ହୋଇଛନ୍ତି।

ସୁରକ୍ଷାକୁ ଦୃଷ୍ଟିରେ ରଖି ବାରିକେଟ ନିର୍ମାଣ ହେବ। ଏଥିସହ ତିନି ଠାକୁରଙ୍କ ନୀତିକାନ୍ତି ଓ ବେଳାଭୂମି ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଚଳିତ ବର୍ଷ ୩୦ ପ୍ଲାଟୁନ ଫୋର୍ସ, ୨ ଜଣ ଅଡିସିନାଲ ଏସ୍‌ପି, ୩୦ ଜଣ ସିନିୟର ପୁଲିସ୍‌ ଅଫିସର, ୧୦୦ ଜଣ ଓଆଇସି ଓ ଏଏସ୍‌ଆଇ, ୨୫୦ ହୋମଗାର୍ଡ, ଟ୍ରାଫିକ ପୁଲିସ୍‌, ଲାଇଫ୍‌ ଗାର୍ଡ, ସାଦା ପୋଷାକଧାରୀ ପୁଲିସ୍‌ ଟିମ୍‌ ମୁତୟନ ହେବେ। ବେଳାଭୂମି ଓ ମେଳା ପଡ଼ିଆରେ ୱାଚ୍‌ ଟାୱାର ନିର୍ମାଣ ଓ ତୀର୍ଥ ପୁଷ୍କରିଣୀକୁ ପ୍ରବେଶ ପାଇଁ ୭ଟି ପ୍ରବେଶ ପଥ ନିର୍ମାଣ କରାଯାଇଛି ବୋଲି ପୁରୀ ଏସ୍‌ପି କହିଛନ୍ତି।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe