Advertisment

ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ୨ ବୋଝିଆ ଗୁରୁତର

ଭୋଗମଣ୍ଡପ ଘରୁ ପାଟଅଗଣା ଦେଇ ଆନନ୍ଦବଜାରକୁ ମହାପ୍ରସାଦ ନେଉଥିବା ବେଳେ ଗୋଡ଼ ଖସି ଯିବାରୁ ଗରମ ଡାଲି ପଡ଼ି ୨ ବୋଝିଆ ଗୁରୁତର।

ଅଦ୍ୟତନ ହୋଇଛି
Injured

Injured

Advertisment

ଶ୍ରୀମନ୍ଦିରରେ ଅଘଟଣ। ଭୋଗମଣ୍ଡପ ଘରୁ ପାଟଅଗଣା ଦେଇ ଆନନ୍ଦବଜାରକୁ ମହାପ୍ରସାଦ ନେଉଥିବା ବେଳେ ଗୋଡ଼ ଖସି ଯିବାରୁ ଗରମ ଡାଲି ପଡ଼ି ୨ ବୋଝିଆ ଗୁରୁତର। ସେମାନେ ହେଲେ ବ୍ରହ୍ମଗିରିର ପ୍ରଦୀପ କୁମାର ସାହୁ ଓ ତଳଜଙ୍ଗର ପପି ପ୍ରଧାନ। ସେମାନଙ୍କୁ ତୁରନ୍ତ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ଭୋଗମଣ୍ଡପ ଉଠିବା ପରେ ବୋଝିଆମାନେ ଆନନ୍ଦ ବଜାରକୁ ମହାପ୍ରସାଦ ନେଉଥିଲେ। ପପି ପ୍ରଧାନ ନେଉ ଯାଉଥିବା ବୋଝରେ ଗରମ ଡାଲି ଥିଲା। କୌଣସି କାରଣ ବସତଃ ଭୋଗମଣ୍ଡପ ଘର ବାହାର ପାହାଚରେ ତାଙ୍କ ଗୋଡ଼ ଖସି ଯାଇଥିଲା। ତେଣୁ ସେ ପଡ଼ି ଯାଇଥିଲେ। ତାଙ୍କ ସହ ଅନ୍ୟ ଏକ ବୋଝରେ ମହାପ୍ରସାଦ ନେଇ ଆସୁଥିବା ପ୍ରଦୀପଙ୍କ ଗୋଡ଼ ଉପରେ ଏହି ଗରମ ଡାଲି ବୋଝ ପଡ଼ି ଯାଇଥିଲା। ଫଳରେ ପ୍ରଦୀପଙ୍କ ଗୋଡ଼ ସମ୍ପୂର୍ଣ୍ଣ ଫୋଟକା ହୋଇଯାଇଛି। ସେହିପରି ପପିଙ୍କ ଗୋଡ଼ରେ ଗରମ ଡାଲି ପଡ଼ିବାରୁ ଫୋଟକା ହେବା ସହ ପାହାଚରେ ପଡ଼ି ସେ କ୍ଷତାକ୍ତ ହୋଇଛନ୍ତି।

ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଭୋଗ ମଣ୍ଡପ ଉଠିବା ପରେ ହିଁ ଏହି ଅଘଟଣ ଘଟିଥିଲା।

Puri Shreemandir Puri Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe