Advertisment

ବିଧିର ବିଚିତ୍ର ବିଧାନ: କାର ଭିତରେ ସମାଧି

ପିପିଲି(ଦ୍ୱତୀକୃଷ୍ଣ ପଟ୍ଟନାୟକ): ରାସ୍ତାକଡ଼ ନାଳକୁ କାର୍ ଖସି ୨ ବନ୍ଧୁଙ୍କ ମୃତ୍ୟୁ । କାର ଭିତରେ ଚାଲିଗଲା ଜୀବନ।  ସତ୍ୟବାଦୀ ଅଳଗୁମର ଖଣ୍ଡୁଆଳ ଗାଁ ନିକଟରେ  ଘଟିଛି ଏମିତି ଅଭାବନୀୟ ଦୁର୍ଘଟଣା। ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ତିନି ସାଙ୍ଗ କାରରେ ବୁଲିବାକୁ ଯାଇଥିଲେ ଭିତର କନିକା l ଭିତର କନିକାରେ ଖୁବ୍ ମଉଜ କରି ଫେରିଥିଲେ l ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗଙ୍କ ଶ୍ୱଶୁର ଘର ସତ୍ୟବାଦୀ ବ୍ଲକ  ସିଂଘାକୁଦା ଗ୍ରାମରେ।  ବାପ ଘରେ ଆସି […]

ବିଧିର ବିଚିତ୍ର ବିଧାନ: କାର ଭିତରେ ସମାଧି

yip

Advertisment

ପିପିଲି(ଦ୍ୱତୀକୃଷ୍ଣ ପଟ୍ଟନାୟକ): ରାସ୍ତାକଡ଼ ନାଳକୁ କାର୍ ଖସି ୨ ବନ୍ଧୁଙ୍କ ମୃତ୍ୟୁ । କାର ଭିତରେ ଚାଲିଗଲା ଜୀବନ।  ସତ୍ୟବାଦୀ ଅଳଗୁମର ଖଣ୍ଡୁଆଳ ଗାଁ ନିକଟରେ  ଘଟିଛି ଏମିତି ଅଭାବନୀୟ ଦୁର୍ଘଟଣା।

Advertisment

ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ତିନି ସାଙ୍ଗ କାରରେ ବୁଲିବାକୁ ଯାଇଥିଲେ ଭିତର କନିକା l ଭିତର କନିକାରେ ଖୁବ୍ ମଉଜ କରି ଫେରିଥିଲେ l ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗଙ୍କ ଶ୍ୱଶୁର ଘର ସତ୍ୟବାଦୀ ବ୍ଲକ  ସିଂଘାକୁଦା ଗ୍ରାମରେ।  ବାପ ଘରେ ଆସି ସ୍ତ୍ରୀ ଥିବାରୁ ଫେରିବା ବେଳେ ସାଙ୍ଗରେ ସ୍ତ୍ରୀକୁ ନେବା ପାଇଁ  ସେ ଶ୍ୱଶୁର ଘରକୁ ଯାଉଥିଲେ। କିନ୍ତୁ  ଜଗନ୍ନାଥ ସଡ଼କର ଅଳଗୁମ ନିକଟ ଖଣ୍ଡୁଆଳ ଗାଁ ନିକଟ  ପୋଖରୀକୁ ଭାରସାମ୍ୟ ହରାଇ ତାଙ୍କ କାର ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ  କାରଟି ପୋଖରୀରେ ଅଧା ବୁଡି ଯାଇଥିଲା l

ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ସାକ୍ଷୀଗୋପାଳ ଅଗ୍ନିଶମ ବାହିନୀ କାରକୁ ପାଣି ରୁ ଉଦ୍ଧାର କରିବା ବେଳେ କାରରେ ୩  ଜଣ ଥିଲେ । ସେମାନଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ୨ ଜଣଙ୍କୁ  ମୃତ ଘୋଷଣା କରିଛନ୍ତି l ଏବେ ମୃତଦେହ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡ଼ି ରହିଛି।  ତେବେ ଉକ୍ତ କାରରେ ଆଉ ଜଣେ ଥିବାବେଳେ ସେ ଅଳ୍ପକେ ବଞ୍ଚିଯାଇଛନ୍ତି l ଘଟଣା ସ୍ଥଳରେ ପୁଲିସ ପହଂଚି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe