Advertisment

ବିଜେଡିର ଦୁଇ ଗୋଷ୍ଠୀ ହାତାହାତି

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇଛନ୍ତି। ବଡ଼ ବଡ଼ ନେତାଙ୍କ ଉପସ୍ଥିତିରେ ଠେଲାପେଲା ସହ ପରସ୍ପରକୁ ହାତାହାତି ହେବାକୁ ପଛାଇ ନାହାନ୍ତି ଏହି ଦୁଇ ଗୋଷ୍ଠୀ। ମହାତ୍ମା ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆଜି ଏକ ରାଲି ହୋଇଥିଲା। ଦଳୀୟ ସ୍ଲୋଗାନକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା କୁହାଯାଉଛି। ଏହି ରାଲିରେ ପୁରୀ ସାଂସଦ ପିନାକୀ ମିଶ୍ର, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ […]

ଅଦ୍ୟତନ ହୋଇଛି
ବିଜେଡିର ଦୁଇ ଗୋଷ୍ଠୀ ହାତାହାତି

bjd-fights

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇଛନ୍ତି। ବଡ଼ ବଡ଼ ନେତାଙ୍କ ଉପସ୍ଥିତିରେ ଠେଲାପେଲା ସହ ପରସ୍ପରକୁ ହାତାହାତି ହେବାକୁ ପଛାଇ ନାହାନ୍ତି ଏହି ଦୁଇ ଗୋଷ୍ଠୀ। ମହାତ୍ମା ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆଜି ଏକ ରାଲି ହୋଇଥିଲା। ଦଳୀୟ ସ୍ଲୋଗାନକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା କୁହାଯାଉଛି।

Advertisment

ଏହି ରାଲିରେ ପୁରୀ ସାଂସଦ ପିନାକୀ ମିଶ୍ର, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଓ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଭଳି ହେଭିୱେଟ୍ ନେତା ସାମିଲ୍ ହୋଇଥିଲେ। ଏମାନଙ୍କ ଉପସ୍ଥିତିକୁ ଉତ୍ତ୍ୟକ୍ତ କର୍ମୀ ଖାତିର କରିନଥିଲେ। ଏ ନେଇ ସମୀର ଦାଶ କହିଛନ୍ତି, ମହାତ୍ମା ଗାନ୍ଧିଙ୍କ ସ୍ଲୋଗାନ ନଦେଇ ଅନ୍ୟ କାହାର ସ୍ଲୋଗାନ ଦେଉଥିବା ମୋ କାନରେ ପଡ଼ିଲା। ମୋ ହସ୍ତକ୍ଷେପ ପରେ ଏହା ବନ୍ଦ ହୋଇଥିଲା।

ସେହିପରି ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି, ଯଦି ସେଭଳି କିଛି ଘଟିଥାଏ, ତାହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ କଥା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe