Advertisment

ଟ୍ରାଭେରା-ଅଟୋ ମୁହାଁମୁହିଁ ଧକ୍କା: ୨ ମୃତ, ୧୨ ଆହତ

ସମସ୍ତ ୧୨ ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Auto

Auto

Advertisment

ପୁରୀ ଜିଲ୍ଲା ଭୂଆଁ ଛକ ନିକଟରେ ରବିବାର ଏକ ଟ୍ରାଭେରା ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଅଟୋଟି କୋଣାର୍କରୁ ପୁରୀ ଆଡ଼କୁ ଆସୁଥିବା ବେଳେ ଟ୍ରାଭେରାଟି ପୁରୀରୁ କୋଣାର୍କ ଅଭିମୁଖେ ଯାଉଥିଲା। ଅଟୋରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ପର୍ଯ୍ୟଟକମାନେ ଥିଲେ। ସେମାନେ କୋଣାର୍କରେ ବୁଲାବୁଲି କରି ପୁରୀ ଆସୁଥିଲେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ। ସେହିପରି ଟ୍ରାଭେରାଟିରେ କିଛି ବଙ୍ଗୀୟ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦ୍ରୁତିଗତି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ମହିଳାଙ୍କ ସହିତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ଟ୍ରାଭେରା ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ପରେ କୋଣାର୍କ ପଟରୁ ପୁରୀ ଆସୁଥିବା ଏକ ବାଇକ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାଭେରାଟି ଭାରସାମ୍ୟ ହରାଇ ବାଇକଟିକୁ ପିଟି ଦେଇଥିଲା। ଫଳରେ ସେଥିରେ ବସିଥିବା ବାଦଲ ରାଉତ ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ବାଦଲଙ୍କ ଡାହାଣ ଗୋଡ଼ ଓ ହାତ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ତାଙ୍କ ନାବାଳକ ପୁଅର ଗୋଡ଼ରେ ଶକ୍ତ ଆଘାତ ଲାଗିଛି।

Advertisment

ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା

Puri Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe