Advertisment

ଜଗା ଦର୍ଶନ କରିବାକୁ ଆସି ସମୁଦ୍ରରେ ଭାସିଗଲେ

ପଶ୍ଚିମବଙ୍ଗରୁ ୫ ଜଣ ପର୍ଯ୍ୟଟକ ଆଜି ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ସେମାନେ ସ୍ୱର୍ଗଦ୍ୱାର ନିକଟସ୍ଥ ସମୁଦ୍ରରେ ଗାଧୋଉଥିଲେ। ଠିକ୍‌ ସେହି ସମୟରେ ସମୁଦ୍ର ଭିତରୁ ଆସିଥିଲା ଏକ ବଡ଼ ଲହଡି। ଆଉ ସେହି ଲହଡିରେ ୩ ଜଣ ଭାସିଯାଇ ଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ। ହଠାତ୍‌ ଆସିଲା ବଡ଼ ଲହଡ଼ି। ଆଉ ସେହି ଲହଡିରେ ଭାସିଗଲେ ଦୁଇ ବଙ୍ଗୀୟ ପର୍ଯ୍ୟଟକ। ଆଜି ଏପରି ହୃଦୟବିଦାରକ ଘଟଣା ପୁରୀରେ ଘଟିଛି।

Advertisment

ପଶ୍ଚିମବଙ୍ଗରୁ ୫ ଜଣ ପର୍ଯ୍ୟଟକ ଆଜି ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ସେମାନେ ସ୍ୱର୍ଗଦ୍ୱାର ନିକଟସ୍ଥ ସମୁଦ୍ରରେ ଗାଧୋଉଥିଲେ। ଠିକ୍‌ ସେହି ସମୟରେ ସମୁଦ୍ର ଭିତରୁ ଆସିଥିଲା ଏକ ବଡ଼ ଲହଡି। ଆଉ ସେହି ଲହଡିରେ ୩ ଜଣ ଭାସିଯାଇ ଥିଲେ। ଲାଇଫ୍‌ଗାର୍ଡମାନେ ସେମାନଙ୍କୁ ଉଦ୍ଧାର ପାଇଁ ଯାଇଥିଲେ। ସେମାନଙ୍କ ଭିତରୁ ସୁନୀଲ୍‌ ଶେଖରଙ୍କୁ ଉଦ୍ଧାର କରିପାରିଥିଲେ।

ତେବେ ଅନ୍ୟ ଦୁଇ ଜଣଙ୍କ ପତ୍ତା ପାଇନଥିଲେ। କିଛି ସମୟରେ ଭାସିଯାଇଥିବା ଦୁଇ କୂଳକୁ ଆସିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ସୁନୀଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ସି-ବିଚ୍‌ ଓ ବଳିଆପଣ୍ଡା ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଖବର ପାଇ ଦୁଇ ମୃତକଙ୍କ ପରିବାର ଲୋକେ ଥାନାରେ ପହଞ୍ଚିଛନ୍ତି।

Advertisment
Puri