Advertisment

ସେବାୟତଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା

ପୁରୀ(ଓଡ଼ିଶା ରିପୋର୍ଟର): ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା।  ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ।  ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି।  ପ୍ରତି ସେବାୟତ ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷର ବୀମା ସୁରକ୍ଷା ମିଳିବ। ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଅତିରିକ୍ତ ୧ ଲକ୍ଷ ଟଙ୍କା ସହାୟତା ମିଳିବ।  ସେହିପରି କ୍ୟାନ୍ସର ଓ କିଡ୍‌ନୀ ପ୍ରତିରୋପଣ କ୍ଷେତ୍ରରେ […]

ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦିଆଯାଉ

sebayata-1

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା।  ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ।  ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି।  ପ୍ରତି ସେବାୟତ ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷର ବୀମା ସୁରକ୍ଷା ମିଳିବ।

Advertisment

ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଅତିରିକ୍ତ ୧ ଲକ୍ଷ ଟଙ୍କା ସହାୟତା ମିଳିବ।  ସେହିପରି କ୍ୟାନ୍ସର ଓ କିଡ୍‌ନୀ ପ୍ରତିରୋପଣ କ୍ଷେତ୍ରରେ ୨୫ ଜଣ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିବ।  ଏହି ବୀମା ଯୋଜନା ଦ୍ୱାରା ୨୫ ଶହ ସେବକ ପରିବାର ଉପକୃତ ହେବେ।  ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe