/odisha-reporter/media/post_attachments/uploadimage/library/16_9/16_9_0/dead_body_1679245010.jpg)
dead body
ସୁତୁଲି ଅଖାରେ ବନ୍ଧା ହୋଇଛି ମୃତଦେହ। ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଚିଲପାଟଣା ନିକଟ ଭାର୍ଗବୀ ନଦୀ କୂଳରୁ ଏହି ମୃତଦେହ ଠାବ କରାଯାଇଛି। ଅଖା ଭିତରୁ ମହିଳାଙ୍କ ହାତ ବାହାରକୁ ବାହାରିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଙ୍କ ପରିଚୟ ମିଳିପାରିନାହିଁ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଚିଲପାଟଣା ଅଞ୍ଚଳର ଜଣେ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀ କୂଳରେ ଅଖାରେ ବନ୍ଧା ହୋଇ ମୃତଦେହ ପଡ଼ିଥିବା ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଯାହା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା। ଚିଲିପାଟଣା ନିକଟସ୍ଥ ବଳପୁର ଭାର୍ଗବୀ ନଦୀ ପଠାରେ ଆଜି ବରୁଣେଇ ସ୍ନାନ ହେଉଥିବା ବେଳେ ହଠାତ୍ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ତାଜୁବ୍ କରିଛି।
ଘଟଣା ସ୍ଥଳରେ ସତ୍ୟବାଦୀ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ମୃତକଙ୍କ ପରିଚୟ ଓ ଘଟଣାର ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
