Advertisment

କର୍ଣ୍ଣାଟକରୁ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଯୋଗ ଶିକ୍ଷକ କ୍ରିଷ୍ଣା

କ୍ରିଷ୍ଣା ଯେଉଁ ସ୍ଥାନକୁ ଯାଉଥିଲେ ସେଠାରେ ଯୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରୁଥିଲେ। ବିଶେଷକରି ସ୍କୁଲ ପିଲାଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ନିୟମିତ ଯୋଗ କରିବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

Puri

Puri

Advertisment

ଭାରତବାସୀଙ୍କୁ ଯୋଗ ସମ୍ପର୍କରେ ସଚେତନତା କରିବା ପାଇଁ ଯୋଗ ଶିକ୍ଷକ କ୍ରିଷ୍ଣା କର୍ଣ୍ଣାଟକ ରାଜ୍ୟର ମହୀଶୂରରୁ ଚାଲିବା ଆରମ୍ଭ କରିଥିଲେ। ଗତ ୫ ମାସ ମଧ୍ୟରେ ସେ ୪୦୦୦ କିମି ଅତିକ୍ରମ କରିସାରିଲେଣି। ସେ ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଦେଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି। ଆଜି ସକାଳେ କ୍ରିଷ୍ଣା ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କିଛି ସମୟ ବିଶ୍ରାମ ନେବା ପରେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରୁ ସେ ଉତ୍ତର-ପୂର୍ବ ରାଜ୍ୟକୁ ପଦଯାତ୍ରାରେ ଯିବେ। ତା’ପରେ ଦିଲ୍ଲୀ ଦେଇ ଜମ୍ମୁ, କାଶ୍ମୀର ହୋଇ ହୋଇ କର୍ଣ୍ଣାଟକ ଫେରିବେ ବୋଲି କ୍ରିର୍ଷ୍ଣା କହିଛନ୍ତି।

Advertisment

କ୍ରିଷ୍ଣା ଯେଉଁ ସ୍ଥାନକୁ ଯାଉଥିଲେ ସେଠାରେ ଯୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରୁଥିଲେ। ବିଶେଷକରି ସ୍କୁଲ ପିଲାଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ନିୟମିତ ଯୋଗ କରିବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

ଗଣମାଧ୍ୟମକୁ କ୍ରିଷ୍ଣା କହିଛନ୍ତି, ମୁଁ ଭାରତବାସୀଙ୍କୁ ଅନୁରୋଧ କରୁଛି ପ୍ରତିଦିନ ଯୋଗ ଅଭ୍ୟାସ କରନ୍ତି। ଗଛ ଲଗାନ୍ତୁ ଓ ଦେଶକୁ ସୁରକ୍ଷିତ ରଖନ୍ତୁ। ଗତ ଦୁଇ ବର୍ଷରେ ମହାମାରୀ କରୋନାରେ ବହୁ ଲୋକ ମରିଗଲେ। ସେହି ସମୟରେ ଯୋଗର ଉପକାରୀତା ସମ୍ପର୍କରେ ଲୋକମାନେ ଜାଣିପାରିଲେ। ଏହା ପରେ ମୁଁ ଅନ୍ୟ ଯୋଗ ଶିକ୍ଷକଙ୍କ ସହିତ ଏନେଇ ଆଲୋଚନା କଲି। ତା’ପରେ ପଦ ଯାତ୍ରାରେ ଭାରତ ପରିଭ୍ରମଣରେ ବାହାରିଲି ବୋଲି କ୍ରିଷ୍ଣା କହିଛନ୍ତି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe