Advertisment

ବାପାକୁ କୁରାଢିରେ ହାଣିଦେଲା ପୁଅ

ଗତକାଲି ରାତିରେ ଜିତୁ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ବାପାମା’ଙ୍କ ଉପରେ ପାଟିତୁଣ୍ଡ କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା।। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହୃଷିକେଷ ପ୍ରଧାନ। ଅଭିଯୁକ୍ତ ପୁଅ ଜିତୁ ପ୍ରଧାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

 ଜିତୁ  ପ୍ରତିଦିନ ମଦ ପିଇ ଘରକୁ ଫେରି ଗଣ୍ଡଗୋଳ କରେ। ଗତକାଲି ରାତିରେ ମଧ୍ୟସେ ମଦ ପିଇ ଘରକୁ ଫେରି ବାପାମା’ଙ୍କ ଉପରେ ପାଟିତୁଣ୍ଡ କରିଥିଲା।  ପୁଅ ନିଶାସକ୍ତ ଅବସ୍ଥାରେ ପାଟି କରୁଥିବାରୁ ବାପାମା’ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ପୁଅ ମୁଣ୍ଡକୁ ନିଶା ଏତେ ଚଢ଼ିଯାଇଥିଲା ଯେ ତାକୁ କିଛି ଭଲ ମନ୍ଦ ଦେଖାଯାଉଥିଲା। ବାହାରେ ଥିବା ବାପାମା’କୁ ଘରକୁ ଭିତରକୁ ଟାଣି ନେଇ କୁରାଢ଼ିରେ ବାପା ହୃଷିକେଷକୁ ହାଣି ଦେଇଥିଲା। ପୁଅର ନୃଶଂସ ରୂପ ଦେଖି ମା’ ସେହି ସ୍ଥାନରୁ ପଳାଇଯାଇଥିଲେ। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ହୃଷିକେସ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ପୁଲିସକୁ ଖବର ଦେଇଥିଲେ।

ପୁଲିସ ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Odisha Police Puri Murder