Advertisment

ଆମ ସଂସ୍ଥା ‘ବିଜୁ ଯୁବବାହିନୀ’ ପରି ହେବନି: ଅପରାଜିତା

ପୁରୀ(ଓଡ଼ିଶା ରିପୋର୍ଟର): ୟୁଥ ଫର ଆକ୍ସନ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ଆଜି ପୁରୀ ଜିଲ୍ଲା ଓ  ପୌରାଂଚଳର କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ପୁରୀ ସହରର ସଂସ୍କୃତି ଭବନରେ ସଂସ୍ଥାର ଉପଦେଷ୍ଟା ତଥା ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ସମସ୍ତ ସଦସ୍ୟମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହ ସମାଜସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ କହିଥିଲେ  । ବିଶେଷକରି ଆଜିର ଯୁବକମାନେ ବେରୋଜଗାର ହେଉଥିବାରୁ ସେମାନଙ୍କୁ ନିଯୁକ୍ତି ସହ ସେମାନେ ସମାଜରେ ଅସହାୟ , ଗରିବମାନଙ୍କୁ […]

ଆମ ସଂସ୍ଥା ‘ବିଜୁ ଯୁବବାହିନୀ’ ପରି ହେବନି: ଅପରାଜିତା

5gb

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ୟୁଥ ଫର ଆକ୍ସନ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ଆଜି ପୁରୀ ଜିଲ୍ଲା ଓ  ପୌରାଂଚଳର କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ପୁରୀ ସହରର ସଂସ୍କୃତି ଭବନରେ ସଂସ୍ଥାର ଉପଦେଷ୍ଟା ତଥା ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ସମସ୍ତ ସଦସ୍ୟମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହ ସମାଜସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ କହିଥିଲେ  । ବିଶେଷକରି ଆଜିର ଯୁବକମାନେ ବେରୋଜଗାର ହେଉଥିବାରୁ ସେମାନଙ୍କୁ ନିଯୁକ୍ତି ସହ ସେମାନେ ସମାଜରେ ଅସହାୟ , ଗରିବମାନଙ୍କୁ ସହଯୋଗର ହାତ ବଢଇବା ହେଉଛି ୟୁଥ୍ ଫର ଆକ୍ସନ ସ୍ୱେଛାସେବୀ ସଂସ୍ଥାର ଲକ୍ଷ୍ୟ । ତେବେ ବିଜୁ ଯୁବ ବାହିନୀ ଏଭଳି ଏକ ସଂସ୍ଥା ଯାହା ଆଜି ଇତିହାସ ତଳେ ଲୁଚି ଯାଇଛି।

Advertisment

ତେଣୁ ଆମର ସଂସ୍ଥା ସେଭଳି ହେବ ନାହୁଁ କି କୌଣସିଥିରେ ଆମର କର୍ମକର୍ତ୍ତାମାନେ କେବେ ପଛକୁ ହଟିବେ ନାହିଁ।  କାରଣ ୟୁଥ ଫର ଆକ୍ସନ ହେଉଛି ଏକ ଅଣ ରାଜନୈତିକ ସଂସ୍ଥା । ଯାହାକି ରାଜନୀତିରୁ ଊର୍ଦ୍ଧରେ ରହି ଲୋକଙ୍କ ସେବା କରିବା ପାଇଁ ଶପଥ କରିଛି।  ସେପଟେ ଏହି ସମାରୋହରେ ଯୋଗଦେଇ ସାଂସଦ ଅପରାଜିତା ପିପିଲି ଉପନିର୍ବାଚନକୁ ନେଇ ରଖିଛନ୍ତି ପ୍ରତିକ୍ରିୟା ।ବିଜେପି ଉପରେ ଲୋକଙ୍କ ବିଶ୍ୱାସଭାଜନ ରହିଛି ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପନିର୍ବାଚନରେ ବିଜୟ ଲାଭ କରିବେ ବୋଲି କହିଛନ୍ତି। ତେବେ ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ହେବା ଦରକାର । ମାତ୍ର ଏଥିରେ ସହରବାସୀଙ୍କ ସ୍ୱାର୍ଥ ଓ କ୍ଷେତ୍ରର ଇତିହାସକୁ ଗୁରୁତ୍ୱ ଦେଇ ବିକାଶ କରାଯାଉ । ଯାହା ଫଳରେ ସରକାର ବିରୋଧର ସମ୍ମୁଖୀନ ହେବେ ନାହିଁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe