Advertisment

ଆସନ୍ତା ପହିଲାରୁ ଟ୍ରାନ୍ସପୋର୍ଟ କମିଶନରଙ୍କ ଅଫିସ ଆଗରେ ଧାରଣା ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ବର ପହିଲାରୁ ଟ୍ରାନ୍ସପୋର୍ଟ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବସ ମାଲିକ। ୧୦ ଦଫା ଦାବି ନେଇ ଧାରଣାରେ ବସିବେ ରାଜ୍ୟର ହଜାର ହଜାର ବସ ମାଲିକ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବସ ମାଲିକ ସଂଘ କର୍ମକର୍ତ୍ତା। ସଂଘ ସାଧାରଣ ସମ୍ପାଦକଙ୍କ କହିବା କଥା, ତୃତୀୟ ପକ୍ଷକୁ ବସ ପରମିଟ ହସ୍ତାନ୍ତର, ଦିନ ସମୟରେ ସ୍ଲିପର ବସ ଚଳାଚଳ ଅନୁମତି, ମଙ୍ଗୁଳି-ସମ୍ବଲପୁର ଓ ବଲାଙ୍ଗିର-ବରଗଡ଼ ରାସ୍ତା […]

author-image
Niranjan Mishra
ଜାନୁଆରୀ ୧୭ରୁ ବସ୍‌ ଧର୍ମଘଟ ଚେତାବନୀ

bus

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ବର ପହିଲାରୁ ଟ୍ରାନ୍ସପୋର୍ଟ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବସ ମାଲିକ। ୧୦ ଦଫା ଦାବି ନେଇ ଧାରଣାରେ ବସିବେ ରାଜ୍ୟର ହଜାର ହଜାର ବସ ମାଲିକ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବସ ମାଲିକ ସଂଘ କର୍ମକର୍ତ୍ତା।

Advertisment

ସଂଘ ସାଧାରଣ ସମ୍ପାଦକଙ୍କ କହିବା କଥା, ତୃତୀୟ ପକ୍ଷକୁ ବସ ପରମିଟ ହସ୍ତାନ୍ତର, ଦିନ ସମୟରେ ସ୍ଲିପର ବସ ଚଳାଚଳ ଅନୁମତି, ମଙ୍ଗୁଳି-ସମ୍ବଲପୁର ଓ ବଲାଙ୍ଗିର-ବରଗଡ଼ ରାସ୍ତା ସ୍ଥିତିରେ ସୁଧାର ଆଣିବା ପ୍ରଭୃତି ଦାବି ପୂରଣ କରିବାକୁ ରାଜ୍ୟ ସରକାର ବାରମ୍ବାର ବସ ମାଲିକମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ନିଜ ପ୍ରତିଶ୍ରୁତି ରଖୁନାହାନ୍ତି।

ଏଣୁ ନଭେମ୍ବର ଶେଷ ସୁଦ୍ଧା ସରକାର ବସ ମାଲିକ ସଂଘର ଦାବି ପୂରଣ ନ କଲେ ଡିସେମ୍ବର ପହିଲାରେ ଟ୍ରାନ୍ସପୋର୍ଟ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଏମିତିକି ଦାବି ପୂରଣ ନହେଲେ ବସ ମାଲିକମାନେ ଚରମ ପଦକ୍ଷେପ ନେବେ।

Advertisment