ସଫଳ ହୋଇଛି ପ୍ୟାରୀଙ୍କ ବିଦ୍ରୋହ!

ଦେବେନ୍ଦ୍ର ପୃଷ୍ଟି ୨୦୧୨ ମଇ ୨୯ ତାରିଖ ରାତିରେ ୧୧୧-ଶହୀଦ ନଗର ଘରେ କ’ଣ ଘଟିଥିଲା ସେ ସଂପର୍କରେ ଓଡ଼ିଶା ରାଜନୀତିରେ ଆଗ୍ରହ ରଖିଥିବା ଅନେକ ଲୋକ ଅବହିତ ଥିବେ। ସେତେବେଳେ କୁହାଗଲା ଯେ ପ୍ୟାରୀମୋହନ ମହାପାତ୍ରଙ୍କ ବିଦ୍ରୋହ ବିଫଳ ହେଲା, ବିଧାୟକମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ପୁନଃ ଆସ୍ଥା ସ୍ଥାପନ କଲେ। କିନ୍ତୁ ଏହାର ୮ ବର୍ଷ ପରେ ଯଦି ନିରାସକ୍ତ ଭାବରେ ବିଜେଡି ରାଜନୀତିର ତର୍ଜମା କରାଯାଏ ତେବେ ଦେଖାଯିବ ଯେ ପ୍ୟାରୀଙ୍କ […]

PYARI

PYARI

Debendra Prusty
  • Published: Monday, 28 September 2020
  • Updated: 28 September 2020, 07:33 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

୨୦୧୨ ମଇ ୨୯ ତାରିଖ ରାତିରେ ୧୧୧-ଶହୀଦ ନଗର ଘରେ କ’ଣ ଘଟିଥିଲା ସେ ସଂପର୍କରେ ଓଡ଼ିଶା ରାଜନୀତିରେ ଆଗ୍ରହ ରଖିଥିବା ଅନେକ ଲୋକ ଅବହିତ ଥିବେ। ସେତେବେଳେ କୁହାଗଲା ଯେ ପ୍ୟାରୀମୋହନ ମହାପାତ୍ରଙ୍କ ବିଦ୍ରୋହ ବିଫଳ ହେଲା, ବିଧାୟକମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ପୁନଃ ଆସ୍ଥା ସ୍ଥାପନ କଲେ। କିନ୍ତୁ ଏହାର ୮ ବର୍ଷ ପରେ ଯଦି ନିରାସକ୍ତ ଭାବରେ ବିଜେଡି ରାଜନୀତିର ତର୍ଜମା କରାଯାଏ ତେବେ ଦେଖାଯିବ ଯେ ପ୍ୟାରୀଙ୍କ ତଥାକଥିତ ବିଦ୍ରୋହ ସଫଳ ହୋଇଛି ଓ ଯେଉଁମାନେ ସେତେବେଳେ ପ୍ୟାରୀଙ୍କ ବିଦ୍ରୋହର ସଂଗଠକ ଥିଲେ ସେମାନେ ଏବେ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ। ଏହି ରାଜନେତାମାନଙ୍କର ପ୍ରଭାବ ଓ ପତିଆର ଏତେ ଅଧିକ ବୃଦ୍ଧି ପାଇଛି ଯେ ବାସ୍ତବରେ ଏବେ ଦଳ ଓ ସରକାର କାହା ନିୟନ୍ତ୍ରଣରେ ଅଛି ସେ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଅବଶ୍ୟ ଏପରି ସନ୍ଦେହ ପ୍ୟାରୀମୋହନଙ୍କ ସମୟରେ ବି ସୃଷ୍ଟି ହୋଇଥିଲା। ସେତେବେଳେ ଦଳର ବରିଷ୍ଠ ଉପସଭାପତି ଥିବା ଡାକ୍ତର ଦାମୋଦର ରାଉତ ପ୍ରଶ୍ନ ଛଳରେ ପଚାରିଥିଲେ, ଦଳ ଓ ସରକାରର ନିଷ୍ପତ୍ତି କିଏ ନେଉଛି? ତାଙ୍କ ପ୍ରଶ୍ନର ଲକ୍ଷ୍ୟ ଥିଲେ ପ୍ୟାରୀମୋହନ। ତେବେ ସେତେବେଳେ ନବୀନବାବୁ ଏହାର ଜବାବ ଦେଇ କହିଥିଲେ, ମୁଁ ହିଁ ସବୁ ନିଷ୍ପତ୍ତି ନେଉଛି। ପ୍ୟାରୀ ଚୁପ୍‌ ରହିଥିଲେ, କାରଣ ଏହା ଥିଲା ତାଙ୍କ ନିର୍ଦ୍ଦେଶିତ ସଂଳାପ। ସେତେବେଳେ ସମସ୍ତେ ଜାଣିଥିଲେ ଯେ ପ୍ୟାରୀ ମୋହନ ହେଉଛନ୍ତି ବିଜେଡି ‘ସୁପ୍ରିମୋ’ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଏବଂ ସରକାରର ମାର୍ଗଦର୍ଶକ ଓ ମୁଖ୍ୟ ପରାମର୍ଶଦାତା। ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ତାଙ୍କୁ ବିଜେଡିର ଚାଣକ୍ୟ ଭାବେ ଉପସ୍ଥାପିତ କରାଯାଇଥିଲା। ତାଙ୍କ ବିନାନୁମତିରେ ବିଜେଡି ଓ ଓଡ଼ିଶା ସରକାରରେ କିଛି ଘଟେ ନାହିଁ ବୋଲି ବିଜେଡି ନେତା ଓ କର୍ମୀମାନେ ଜାଣିଥିଲେ। ସରକାରରେ ଥିବା ଉଚ୍ଚ ପଦସ୍ଥ ବାବୁମାନେ ମଧ୍ୟ ଏହା ଜାଣି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ୟାରୀଙ୍କ ସହିତ ପରାମର୍ଶ କରୁଥିଲେ।

ତେବେ ପରବର୍ତ୍ତୀ ସମୟରେ ନବୀନବାବୁ ପ୍ୟାରୀଙ୍କ ଛାଇରୁ ବର୍ତ୍ତିବା ପାଇଁ ଅମଲାତନ୍ତ୍ରର ଆଶ୍ରୟ ନେଲେ। ପ୍ୟାରୀ ନିଜେ ପୂର୍ବତନ ପ୍ରଶାସକ ଥିଲେ ବି ରାଜନୀତିକ ବ୍ୟକ୍ତିମାନଙ୍କ ସହିତ ତାଙ୍କର ଘନିଷ୍ଟତା ଥିଲା ଓ ସେ ନିଜେ ସେମାନଙ୍କ ସହିତ ପରାମର୍ଶ କରି ପରାମର୍ଶ ଦେଉଥିଲେ। ମାତ୍ର, ତାଙ୍କ କଥାରୁ ନବୀନ ଦୂରେଇଯିବା ପରେ ସେ ୨୦୧୨ ମେ ୨୯ ତାରିଖର ବିଦ୍ରୋହ ଯୋଜନା କରିଥିଲେ। ସେତେବେଳେ ନବୀନବାବୁ ଲଣ୍ଡନରେ ଥିଲେ। ସେହି ବିଦ୍ରୋହର ସଂଗଠକ ଥିଲେ ପ୍ୟାରୀଙ୍କ ପ୍ରସାଦରୁ ଦଳ ଓ ସରକାରରେ ଗୁରୁତ୍ୱ ପାଇଥିବା ଅନେକ ଯୁବନେତା। ଡାକ୍ତର ଦାମୋଦର ରାଉତ, ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖଙ୍କ ଦାବି ଅନୁସାରେ ବରିଷ୍ଠ ନେତାମାନଙ୍କର ଉପଯୁକ୍ତ କୌଶଳ ଓ ଉଦ୍ୟମ ଫଳରେ ସେ ରାତିର ସେହି ବିଦ୍ରୋହ ଫସରଫାଟିଥିଲା। ମାତ୍ର, ପରବର୍ତ୍ତୀ ସମୟରେ ଦଳ ଓ ସରକାରରେ ବରିଷ୍ଠମାନେ ଗୁରୁତ୍ୱ ହରେଇଲେ ଓ ପ୍ୟାରୀଙ୍କ ପ୍ରତି ଆନୁଗତ୍ୟ ଯୋଗୁଁ ସଫଳତାର ସିଡ଼ି ଚଢ଼ିଥିବା କେତେକ ଯୁବନେତା ଦଳ ଓ ସରକାରର ସର୍ବେସର୍ବା ହୋଇଗଲେ।

ଏବେ ଏହି ଯୁବନେତାଙ୍କ ମଧ୍ୟରୁ ଜଣେ ତୁଣ୍ଡ ଖୋଲିଛନ୍ତି ଓ ଦଣ୍ଡ ବି ପାଇଛନ୍ତି। ସେ ହେଲେ କଳ୍ପତରୁ ଓଝା, ବିଜୁ ଜନତା ଦଳର ପୂର୍ବତନ ଯୁବନେତା, ପୂର୍ବତନ ସାଧାରଣ ସଂପାଦକ। ଦଳରେ ତାଙ୍କର ପ୍ରଭାବ ଓ ପତିଆରା କ’ଣ ଥିଲା ତାହା ଅନାଲୋଚିତ। କିନ୍ତୁ ସେ ଦଳର ‘ସୁପ୍ରିମୋ’ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଯେଉଁ ଖୋଲା ଚିଠି ଲେଖିଛନ୍ତି ତାହା ନିଶ୍ଚୟ ଅନୁଧ୍ୟାନ ସାପେକ୍ଷ।

ସେ ଲେଖିଛନ୍ତି, ‘ହେ ନବୀନ ବାବୁ ମୁଁ ତୁମ ଫ୍ୟାନ। ୨୦୦୪ ରୁ ୨୦୨୦ ଆଜି ପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କର୍ମୀ। ବିଜେବି କଲେଜରୁ ବାଣୀ ବିହାର ପର୍ଯ୍ୟନ୍ତ। କଲେଜ ଇଲେକ୍ସନଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ପର୍ଯ୍ୟନ୍ତ ସବୁଠି ମୁଁ ମୋର ବହୁ ମୂଲ୍ୟ ସମୟ ଦେଇଛି। ...ଦଳ ପାଇଁ କେସ ଖାଇଛୁ, ଦୁଇ ଦୁଇ ଥର ଜେଲ ମଧ୍ୟ ଯିବାକୁ ପଡିଛି। ଦଳ ଦେଉଛି କଣ? ମୁଁ ବିଜେବି କଲେଜର ସାଧାରଣ ସଂପାଦକ ହେବାଠାରୁ ଆରମ୍ଭ କରି ଭୁବନେଶ୍ୱରର ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ନେଇ ସୂଚାରୁ ରୂପେ ତୁଲାଇବା ପରେ ମଧ୍ୟ ଯଦି ଆମର ଏ ଅବସ୍ଥା ତେବେ ଅନ୍ୟ ଜିଲ୍ଲା ଯୁବ ଛାତ୍ର ନେତାମାନଙ୍କ ଅବସ୍ଥା କଣ ହେଉଥିବ ତାହା ଏଥିରୁ ଅନୁମେୟ। ଆମ ଦଳର ଇଜ୍ଜତ ପାଇଁ ଯେଉଁମାନଙ୍କ ସହ ଲଢେଇ କରିବାକୁ ପଡୁଥିଲା ସେମାନେ ଆମ ଦଳରେ ବର୍ତ୍ତମାନର ହିରୋ। ଆମଦାନି ଛାତ୍ର ନେତାମାନେ ଦଳର ଏବେ ଗେହ୍ଲା ପୁଅ।

ଏମାନଙ୍କ ମଧ୍ୟରୁ କିଏ କର୍ପୋରେସନ୍‌ର ତ ଆଉ କିଏ ଡାଇରେକ୍ଟର୍ ତ ପୁଣି କିଏ ଛାତ୍ର ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ସଭାପତି ଭଳି ଉଚ୍ଚ ପଦରେ ଥଇଥାନ ହୋଇଛନ୍ତି। ସେମାନଙ୍କର ଦଳପ୍ରତି ଆନୁଗତ୍ୟ କଣ? ସେମାନଙ୍କ ଠାରେ କଣ ଏମିତି ଦକ୍ଷତା ଅଛି ଯେ ଆମ ପାଖେ ନାହିଁ? ଯିଏ ଗୁରୁ ଏବଂ ବିଜୁ ଜନତା ଦଳକୁ ଆଣିଥିବା ଲୋକର ନୁହଁ ସେ କାହାର ନୁହଁ। ଏ ଦଳରେ ତାଙ୍କର ସ୍ୱାର୍ଥ ପୂରଣ ନ ହେଲେ ଅଲଗା ଦଳକୁ ପଳେଇବେ। ବାର ଘରିଆଙ୍କ ପାଇଁ ସବୁ ସମ୍ଭବ। ଆମେ ଯେତେ ଥର ଜିନ୍ଦାବାଦ ପକେଇଛୁ , ସେମାନେ ନବୀନ ବାବୁ ଆଉ ଆମ ଦଳର ମୁର୍ଦାବାଦ ସହସ୍ର ଥର ଅଧିକ ପକାଇଛନ୍ତି। ତାହା ହେଲେ ଆମର ଭୁଲ କେଉଁଠି? ...ଦଳ ପାଇଁ ବହୁ ମୂଲ୍ୟ ସହ ଯୌବନ ବି ନଷ୍ଟ କରିଛୁ। ...ଦୀର୍ଘ ସମୟ ପାର୍ଟିରେ କାମ କରି କଣ ମିଳିଲା ଏଠି?

ଯୁବ ବ୍ୟାପାର ଦାୟିତ୍ୱରେ ଥିବା ମାନ୍ୟବର ବିଧାୟକ ମୋ’ଠାରୁ ବିଜୁ ଜନତା ଦଳରେ କମ ଦିନର ସଦସ୍ୟ। ଭୁବନେଶ୍ୱରରେ କେତେ ଜଣ ସ୍ଥାନୀୟ ଛାତ୍ର ନେତାଙ୍କ ସହ ସମ୍ପର୍କ ଅଛି? ନୂତନ ଭାବେ ଗଢା ହୋଇଥିବା ଯୁବ ଏବଂ ଛାତ୍ର କମିଟି ବାବଦରେ ଆମଦଳର ମାନ୍ୟବର ସଭାପତି ଅବଗତ ତ? ମୋତେ କାହିଁ ସନ୍ଦେହ ହେଉଛି।’

ଏହା ହେଉଛି କଳ୍ପତରୁଙ୍କ ଖୋଲାଚିଠିର ସଂପାଦିତ ଅଂଶ। ଏ ଚିଠି କହୁଛି ଯେ ବିଜେଡିରେ ‘ଆମଦାନି ନେତା’ମାନେ ଅଧିକ ଗୁରୁତ୍ୱ ପାଉଛନ୍ତି। ଯେଉଁମାନେ କଂଗ୍ରେସ, ବିଜେପି ଓ ଅନ୍ୟାନ୍ୟ ଦଳରେ ଥିଲାବେଳେ ବିଜେଡି ଓ ନବୀନବାବୁଙ୍କ ବିରୋଧରେ ବିଷୋଦଗାର କରୁଥିଲେ ସେମାନେ ଏବେ ଦଳର ମଙ୍ଗୁଆଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ୟାରୀ ମାର୍ଗଦର୍ଶକ ଥିଲାବେଳେ ଯେଉଁମାନଙ୍କୁ ଅନ୍ୟ ଦଳରୁ ଆଣି ଦଳୀୟ କ୍ୟାଡର ଗଠନ କରିବା ନାଁରେ ନିଜ ପାଇଁ ସୁରକ୍ଷା ବଳୟ ଗଢ଼ିଥିଲେ ସେଇମାନେ ଏବେ ଦଳର ସମସ୍ତ ଛାମୁଆ ସଂଗଠନର ନୀତି ଓ ଗତି ନିର୍ଦ୍ଧାରକ। ଏପରିକି ସେମାନଙ୍କ ମଧ୍ୟରୁ କେତେ ଜଣ ସରକାରରେ ମଧ୍ୟ ପ୍ରଭାବଶାଳୀ। ବିଦ୍ରୋହ ସମୟରେ ନବୀନବାବୁ ସିନା ପ୍ୟାରୀଙ୍କ ପ୍ରତି ‘ବେଇନାମ’ ବା ’ବେଇମାନ’ ଶବ୍ଦ ପ୍ରୟୋଗ କରିପାରିଲେ ମାତ୍ର ଯେଉଁମାନେ ସେମାନଙ୍କର ପୂର୍ବତନ ଦଳ ଓ ନେତାଙ୍କ ପ୍ରତି ବେଇମାନୀ କରି ପଦପଦବୀ ଲୋଭରେ ବିଜେଡିରେ ଯୋଗଦେଲେ ସେମାନଙ୍କୁ ବିଭିନ୍ନ ଭାବରେ ପୁରସ୍କୃତ କରିଛନ୍ତି।

ଏଭଳି ‘ବେଇମାନ-ପୁରସ୍କାର’ ଯୋଜନା ବା ରଣକୌଶଳ ଅବଶ୍ୟ କେବଳ ବିଜୁ ଜନତା ଦଳ ଭିତରେ ସୀମିତ ନୁହେଁ। ପ୍ରାୟ ସବୁ ଦଳ ଦଳ-ଡିଆଁମାନଙ୍କୁ ଗୁରୁତ୍ୱ ଦେଇଥାନ୍ତି। ମାତ୍ର, ନିଜ ଦଳର ପୁରୁଣା ସଦସ୍ୟମାନଙ୍କ ଗୁରୁତ୍ୱହାନୀ କରି କୌଣସି ଦଳ ନବାଗତମାନଙ୍କୁ ଦଳ ଓ ସରକାରର ମଙ୍ଗ ଧରେଇବା ନଜୀର କ୍ୱଚିତ। ନବୀନଙ୍କ ବିଜେଡି କିନ୍ତୁ ଓଲଟା ଘଟିଚାଲିଛି। ବିଜେଡି ପ୍ରତିଷ୍ଠା ସମୟରେ ଯେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଦଳରୁ ବହିଷ୍କାର କରାଯାଇଛି। ସେମାନଙ୍କ ତାଲିକା ବହୁତ ଲମ୍ବା। ବିଜୟ ମହାପାତ୍ର, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ବୈଜୟନ୍ତ ପଣ୍ଡା ପ୍ରମୁଖ ଦଳରୁ କେବେଠାରୁ ବହିଷ୍କୃତ। ବିଜେଡି ଗଠନ ପରେ ଦଳରେ ଯୋଗଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ବାରମ୍ବାର ମନ୍ତ୍ରିପଦ ହରେଇ ବିଜେପିରେ ମିଶିଥିଲେ, ଏବେ ପୁଣି ଫେରିବାକୁ ପ୍ରୟାସରତ। ପ୍ରଫୁଲ୍ଲ ଘଡ଼ାଇ ଅନେକ ଦିନ ଧରି ଦଳ ବାହାରେ ରହିବା ପରେ ଗଲା ନିର୍ବାଚନ ପୂର୍ବରୁ ଫେରିଛନ୍ତି। ଏଭଳି ଆହୁରି ଅନେକ ନେତା ଅଛନ୍ତି, ଯେଉଁମାନେ ଦୀର୍ଘବର୍ଷ ଧରି ବିଜୁବାବୁଙ୍କ ସହିତ କାମ କରିଥିଲେ ମଧ୍ୟ ଏବେ ତାଙ୍କରି ନାମରେ ଚାଲିଥିବା ଦଳରେ କୋଣଠେସା ବା ଅଲୋଡ଼ା ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଦଳ ଓ ସରକାରରେ ଏବେ ବହୁ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିବା ବହୁ ଯୁବ ନେତା ମୂଳରୁ ବିଜେଡିରେ ନଥିଲେ। ପ୍ୟାରୀଙ୍କ ସମୟରେ ସେମାନଙ୍କ ପ୍ରଭାବ ଓ ପତିଆରା ବହୁ ପରିମାଣରେ ବୃଦ୍ଧି ପାଇଥିଲା, ପ୍ୟାରୀଙ୍କ ପରେ ମଧ୍ୟ ସେମାନେ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଏହା ପ୍ୟାରୀଙ୍କ ପରାଜୟ ନା ନବୀନଙ୍କ ବିଜୟ କିମ୍ବା ଏହି ଯୁବନେତାମାନଙ୍କର ରାଜନୀତିକ ସଫଳତା ତାହା ବିଚାର ସାପେକ୍ଷ। ତେବେ ଗୋଟିଏ କଥା ସମସ୍ତେ ସ୍ୱୀକାର କରିବେ, ପ୍ୟାରୀଙ୍କ ପରେ ମଧ୍ୟ ବିଜେଡିର ଶକ୍ତିହାନୀ ଘଟିନାହିଁ, ନବୀନବାବୁଙ୍କ ପଦ ଓ ନେତୃତ୍ୱ ଯାଇନାହିଁ, ବିଜେଡି ନିର୍ବାଚନ ହାରି ନାହିଁ। ଅଧିକନ୍ତୁ ଓଡ଼ିଶା ରାଜନୀତିରେ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳର ଅସ୍ତିତ୍ୱ ସଂକଟ ଦେଖାଦେଇଥିବାବେଳେ ବିଜେପି ମଧ୍ୟ ଲକ୍ଷ୍ୟ ହାସଲ କରିପାରିନାହିଁ। ଏହା ହୁଏତ ନୂଆ ବିଜେଡିର ନୂଆ ମଙ୍ଗୁଆଳମାନଙ୍କର ସଫଳତା। ସେମାନେ କିନ୍ତୁ ଏହାର ଶ୍ରେୟ ନବୀନବାବୁଙ୍କୁ ହିଁ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story