Advertisment

କରୋନା ପାଇଁ ସବୁ ସହରାଞ୍ଚଳରେ ଖୋଲିବ କ୍ୱାରେଣ୍ଟାଇନ୍ ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ। ସହରରେ ଥିବା କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଆଶ୍ରୟ ଗୃହ କିମ୍ବା ସେଭଳି ଘରୋଇ ଓ ସହରକାରୀ କୋଠାଗୁଡ଼ିକରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବ। ନଗର ଉନ୍ନୟନ ସଚିବ ଜି ମାଥିଭାଥାନନ୍ ଆଜି ଏ ନେଇ ସମସ୍ତ ମହାନଗର ନିଗମର କମିଶନର ଓ ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ କୋଠାଗୁଡ଼ିକରେ ଯେଭଳି […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ପବନ ଯୋଗେ ସଂକ୍ରମତି ହେଉଛି କରୋନା ଭାଇରସ’

coronavirus

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ। ସହରରେ ଥିବା କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଆଶ୍ରୟ ଗୃହ କିମ୍ବା ସେଭଳି ଘରୋଇ ଓ ସହରକାରୀ କୋଠାଗୁଡ଼ିକରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବ। ନଗର ଉନ୍ନୟନ ସଚିବ ଜି ମାଥିଭାଥାନନ୍ ଆଜି ଏ ନେଇ ସମସ୍ତ ମହାନଗର ନିଗମର କମିଶନର ଓ ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ସବୁ କୋଠାଗୁଡ଼ିକରେ ଯେଭଳି ନିୟମିତ ବିଜୁଳି ଓ ଜଳଯୋଗାଣ ସୁବିଧା ରହିବ ତା’ର ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି। ଏହି ସମସ୍ତ କୋଠାକୁ ଭଲଭାବେ ପରିଷ୍କାର ପରିଚ୍ଛନ୍ନତା ସହିତ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରଗୁଡ଼ିକର ଠିକଣା ପରିଚାଳନା ସହିତ ସୁରକ୍ଷାକର୍ମୀ ଓ ସେବା ଯୋଗାଣକାରୀଙ୍କୁ ମୁତୟନ ନିମନ୍ତେ ସରକାର କହିଛନ୍ତି। ପ୍ରତ୍ୟେକ ୱାର୍ଡ ଅଫିସରମାନଙ୍କୁ ସେମାନଙ୍କର ଅଞ୍ଚଳର ସର୍ଭିଲାନ୍ସ ଅଫିସର ଭାବେ ବିବେଚନା କରାଯିବ।

ପୌରାଞ୍ଚଳରେ ଥିବା ସ୍ୱଚ୍ଛ ସାଥୀମାନଙ୍କୁ ବର୍ଜ୍ୟବସ୍ତୁ ନିୟନ୍ତ୍ରଣରେ ମୁତୟନ କରାଯିବା ସହ ବିଗତ ୧୫ଦିନ ମଧ୍ୟରେ ଯଦି ସହରକୁ କୌଣସି ବ୍ୟକ୍ତି ବିଦେଶରୁ ଆସିଥାନ୍ତି ସେମାନଙ୍କର ସଂକ୍ରାନ୍ତରେ ପୌର ଅଧିକାରୀଙ୍କୁ ଖବର ଦେବାକୁ କୁହାଯାଇଛି। ଧୂଆ ଛାଡ଼ିବା ଓ ସିଞ୍ଚନ ଯନ୍ତ୍ର ନିୟମିତ ଭାବେ ସହରରେ ବ୍ୟବହାର କରିବା ସହ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପରିମାଣରେ ମେସିନ କିଣିବାକୁ କୁହାଯାଇଛି। ସହରରେ ଥିବା ସମସ୍ତ ପାର୍କ ଦିନ ୨ଟା ପରଠୁ ବନ୍ଦ ରଖାଯିବ ଓ ଲୋକଙ୍କୁ ସଚେତନ କରିବା ପାଇଁ ଆଇଇସି ଅଭିଯାନ ନିୟମିତ ଭାବେ ଚଳାଇବାକୁ କୁହାଯାଇଛି।
କେବଳ ସେତିକି ନୁହେଁ ପୌରାଞ୍ଚଳଗୁଡ଼ିକୁ ଆବଶ୍ୟକସ୍ଥଳେ ସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ କରିବାର କ୍ଷମତା ମଧ୍ୟ ଦିଆଯାଇଛି। ପୌରାଞ୍ଚଳରେ ସମସ୍ତ ପ୍ରକାରର ଜନସମାଗମକୁ ନିଷେଧ କରାଯାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ଗାଇଡଲାଇନ୍ ଜାରି ହୋଇଛି।

Advertisment