/odisha-reporter/media/post_attachments/uploads/2020/05/bbsr-67888.jpg)
bbsr
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଣ୍ଟାଇନ୍ ଅବଧି ପୂର୍ବରୁ ୧୪ ଦିନ ଥିବା ବେଳେ ଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ। କ୍ୱାରେଣ୍ଟାଇନ୍ ଅବଧି ବଢ଼ାଇକୁ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭିଡିଓ କନଫରେନସିଂ ମାଧ୍ୟମରେ ସେ ଏହି ପରାମର୍ଶ ଦେଇଛନ୍ତି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳେ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ନ ବେଳେ ଆଉ ଜଣେ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି। ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ୧୭ ଓ ମୟୂରଭଞ୍ଜ ଜିଲ୍ଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ସେହିପରି ମଧ୍ୟାହ୍ନରେ ମୟୂରଭଞ୍ଜ ଜିଲ୍ଲାରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯଦ୍ୱାରା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ସେହିପରି ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
