Advertisment

ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

ପୁରୀ (ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ଅଁଳା ନବମୀ। ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ। କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି। ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିନାହିଁ।। ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଭକ୍ତମାନେ ଲାଇନରେ ଆସି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିବେ। ସିଂହ ଦ୍ୱାରା ଦେଇ ଭକ୍ତମାନେ ପ୍ରବେଶ କରି ଠାକରଙ୍କୁ ଦର୍ଶନ କରିବେ। ଉତ୍ତରଦ୍ୱାରରେ ସେମାନେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

Untitled-1

ପୁରୀ (ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ଅଁଳା ନବମୀ। ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ। କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି। ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିନାହିଁ।। ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

Advertisment

ଭକ୍ତମାନେ ଲାଇନରେ ଆସି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିବେ। ସିଂହ ଦ୍ୱାରା ଦେଇ ଭକ୍ତମାନେ ପ୍ରବେଶ କରି ଠାକରଙ୍କୁ ଦର୍ଶନ କରିବେ। ଉତ୍ତରଦ୍ୱାରରେ ସେମାନେ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ସତ୍ୟବାଦୀ ବିଡିଓ ଲୋଚନ ଦାସ କହିଛନ୍ତି, ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କେଉଁଠି ଭକ୍ତମାନେ ଗାଡ଼ି ପାର୍କିଂ କରିବେ, କେଉଁଠି ପାଣିର ବ୍ୟବସ୍ଥା କରାଯିବ  ଓ କେଉଁଠି ଷ୍ଟଲ୍ ପଡ଼ିବ, ସେନେଇ ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ୧୦ଟି  ଇଲେକ୍ଟ୍ରିଗାଡ଼ିର ବ୍ୟବସ୍ଥା କରାଯାଇଛି। ସେମାନେ ସେଥିରେ ବସି ଦର୍ଶନ କରିବେ।

Advertisment

ସେବାୟତ କିଶୋର ଚନ୍ଦ୍ର ମହାପାତ୍ର କହିଛନ୍ତି, ରାତିର ଦ୍ୱାର ଫିଟା ଯାଇ ଦେବ ନୀତି କରାଯିବ। ଭୋର ସମୟରେ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ରାଧାଦାମୋଦର  ଓ ନଟବର ବେଶରେ ମହାପ୍ରଭୁ ଦର୍ଶନ ଦେବେ। ମା’ ରାଧାରାଣୀ ମଧ୍ୟ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।